ନୂଆଦିଲ୍ଲୀ,୬।୧୧:  ଫ୍ରାନ୍ସର  ଲୁଭ୍ର ମ୍ୟୁଜିୟମ୍ ବିଶ୍ୱର ସବୁଠାରୁ ଲୋକପ୍ରିୟ ସଂଗ୍ରହାଳୟ ମଧ୍ୟରୁ ଅନ୍ୟତମ। ନିକଟରେ ମ୍ୟୁଜିୟମ୍‌ରେ ଚୋରି ପରେ ଖୁବ୍ ଚର୍ଚ୍ଚାରେ ଆସିଥିଲା। ୧୯ ଅକ୍ଟୋବରରେ ଲୁଭ୍ର ମ୍ୟୁଜିୟମରେ ଦିନ ଦ୍ୱିପ୍ରହରରେ ଡକାୟତି ହୋଇଥିଲା। ବହୁ ଦାମୀ ଅଳଙ୍କାର ଚୋରି ଘଟଣା ଏବେ ଏକ ନୂତନ ମୋଡ଼ ନେଇଛି, ଯାହା ସଂଗ୍ରହାଳୟର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।

ଯାଞ୍ଚ ବେଳେ ଜଣାପଡିଛି ଯେ, ପ୍ରଥମ ଓ୍ବାର୍ଣ୍ଣିଂ ଡିସେମ୍ବର ୨୦୧୪ ରେ ସାମନାକୁ ଆସିଥିଲା। ଯେତେବେଳେ ଫ୍ରାନ୍ସର ନ୍ୟାସନାଲ ଏଜେନ୍ସି  Anssi   ମ୍ୟୁଜିୟମ୍‌ର ଆଇଟି ସିଷ୍ଟମର ଅଡିଟ୍ କରିଥିଲା। ଏଥିରେ ମ୍ୟୁଜିୟମ୍‌ର ସିକ୍ୟୁରିଟି ନେଟଓ୍ବର୍କର ଅଡିଟ୍ କରାଯାଇଥିଲା। ଯାହାକି ଆଲାର୍ମ, ଭିଡିଓ ସର୍ଭିଲାନ୍ସ ଓ କନଟ୍ରୋଲ ଆକ୍ସେସ ସହିତ ଜଡିତ ଅଛି। ଫ୍ରାନ୍ସର ସରକାରୀ ଏଜେନ୍ସି ୨୬ ପେଜ୍‌ର ଏକ ରିପୋର୍ଟ  ଆଗତ କରିଥିଲା। ଯେଉଁଥିରୁ ଜଣାପଡିଥିଲା ମ୍ୟୁଜିୟମ୍‌ର ଦୁର୍ବଳ ପାସଓ୍ବାର୍ଡ ଓ ପୁରୁଣା ସିଷ୍ଟମ କାରଣରୁ ଏକ୍ସପର୍ଟ ନେଟଓ୍ବର୍କ ହାସଲ କରିପାରନ୍ତି। ଏଥିରୁ ଜଣାପଡୁଥିଲା ଯେ, କେବଳ LOUVRE  ଲେଖିବା ମାତ୍ରେ ଭିଡିଓ ସର୍ଭିଲାନ୍ସ ସର୍ଭର ଆକ୍ସେସ ମିଳିଯାଉଥିଲା।

ସେଭଳି THALES  ଲେଖିବା ମାତ୍ରେ ଆଉ ଏକ ସଫ୍ଟଓ୍ବେର ଖୋଲି ଯାଉଥିଲା , ଯାହାକୁ THALES  ଗ୍ରୁପ୍ ତିଆରି କରିଥିଲା। ଏଜେନ୍ସି ଓ୍ବାର୍ଣ୍ଣିଂ ଜାରି କରିଥିଲା ଯେ, ସିକ୍ୟୁରିଟି ନେଟଓ୍ବର୍କରେ ଅନେକ ଦୁର୍ବଳତା ରହିଛି। ଏହି କାରଣରୁ ହ୍ୟାକର ସହଜରେ ଇଣ୍ଟରନାଲ ସିଷ୍ଟମକୁ ଆକ୍ସେସ କରିପାରନ୍ତି ଓ ବ୍ୟାଜ୍ ଆକ୍ସେସ କିମ୍ବା ଭିଡିଓ ଫିଡ୍କୁ ବଦଳାଇ ପାରେ। ଏଜେନ୍ସି ମ୍ୟୁଜିୟମ୍‌କୁ ପାସଓ୍ବାର୍ଡ ମଜବୁତ କରିବା ଓ ସିଷ୍ଟମକୁ ଅପଗ୍ରେଡ୍ କରିବାର ପରାମର୍ଶ ଦିଆଯାଇଥିଲା। ତେବେ ଲୁଭ୍ର ମ୍ୟୁଜିୟମ ସାର୍ବଜନୀନ ରୂପରେ କେ​‌ବେ କାହିନାହିଁ ସେ ଏଥିରୁ କେତିକି ନିର୍ଦେଶ ପାଳନ କରି ପରିବର୍ତ୍ତନ କରିଥିଲା ?  ୨୦୧୭ ରେ ହୋଇଥିବା ଅନ୍ୟ ଅଡିଟରେ ମଧ୍ୟ ଏଭଳି ସମସ୍ୟା ସାମନାକୁ ଆସିଥିଲା। ୧୯ ଅକ୍ଟୋବରରେ ଚୋରି ପାଇଁ କେବଳ ମାତ୍ର ୮ ମିନିଟ୍ ସମୟ ଲାଗିଥିଲା। ଚାରି ଜଣ ଚୋର ଏକାଠି ମିଶି ୮.୮ କୋଟି ୟୁରୋ (ପ୍ରାୟ ୯୦୦ କୋଟି ଟଙ୍କା)ର ଗହଣା ଚୋରାଇଥିଲେ। ଚାରି ଜଣ ଚୋର ଏହି ପୁରା ଘଟଣାକୁ ଫିଲ୍ମ ଅନ୍ଦାଜ​‌ରେ ସଫଳ କରିଥିଲା। ବାସ୍କେଟ ଲିଫ୍ଟ ନେଇ ଚୋରମାନେ ମ୍ୟୁଜିୟମର କାନ୍ଥ ଉପରେ ଚଢି ଯାଇଥିଲେ। ଝରକା ଭାଙ୍ଗିବା ପରେ ଡିସପ୍ଲେ ଫେସ୍‌କୁ ଭାଙ୍ଗି ଗହଣା ନେଇ ଫେରାର ହୋଇଯାଇଥିଲେ। ଏହି ମାମଲାର ଏବେ ଯାଞ୍ଚ ଚାଲିଥିବା ବେଳେ କିଛି ଲୋକଙ୍କୁ ଗିରଫ କରାଯାଇଛି।