କଟକ, ୧୪।୧: ପବିତ୍ର ମକର ସଂକ୍ରାନ୍ତି ଅବସରରେ ମା’ ଭଗବତୀ ପୀଠରେ ମକର ମେଳା । କଟକ ଜିଲ୍ଲାର ମାଳିକାପ୍ରସିଦ୍ଧ ସାଲେପୁର ବଟେଶ୍ୱର ଗାଁରେ ରହିଥିବା ମା’ ଭଗବତୀଙ୍କ ପୀଠରେ ମକର ମେଳା ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛନ୍ତି । ଭୋର ୪ ଟାରୁ ମା’ଙ୍କ ଦ୍ୱାରଫିଟା ନୀତି ଆରମ୍ଭ ହୋଇଥିଲା । ମହାସ୍ନାନ ପରେ ମା’ଙ୍କୁ ପୁଷ୍ପମାଳରେ ସୁସଜ୍ଜିତ କରାଯାଇ ବିଦ୍ଧି ଅନୁସାରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ସକାଳୁ ସକାଳୁ ଗୁପ୍ତଗଙ୍ଗା ଚିତ୍ରୋତ୍ପଳା ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ମା’ ନିକଟରେ ପୂଜାର୍ଚ୍ଚନା କରି ନିଜ ନିଜ ପରିବାରର ଶୁଭ ମନାଶିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମା’ଙ୍କ ଦିବ୍ୟ ଦର୍ଶନର ଲାଭ କରି କୃତାର୍ଥ ଲାଭ କରିଥିଲେ ଭକ୍ତମାନେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ମା’ଙ୍କ ପୀଠରେ ପହଁଞ୍ଚି ପୂଜାର୍ଚ୍ଚନା କରିଥିଲେ ।