ମାଡ୍ରାସ,୨୭।୭: କରୁର ଦଳା ଚକଟା ଘଟଣାରେ ତାମିଲନାଡୁମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ବଡ଼ ଝଟକା। ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସରକାରୀ ଚାକିରି ଯୋଗାଇଦେବା ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛନ୍ତି । ଚଳିତ ମାସ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ବିଜୟ କରୁର ଗସ୍ତ କରିଥିଲେ। ଏଥିରେ କରୁର ଦଳାଚକଟା ଘଟଣାରେ ମୃତ ଲୋକଙ୍କ ପରିବାରକୁ ସରକାରୀ ଚାକିରୀ ଦେବାର ଘୋଷଣା କରିଥିଲେ। ତେବେ ସୋମବାର ମାଡ୍ରାସ ହାଇସକୋର୍ଟ ବିଜୟଙ୍କ ଟିଭିକେ ସରକାରଙ୍କ ସେହି ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କରୁର ଦଳାଚକଟା ଘଟଣାରେ ମୃତ ଲୋକଙ୍କ ପରିବାର ଲୋକଙ୍କୁ ସରକାରୀ ଚାକିରୀ ଦେବାର ନିଷ୍ପତ୍ତି ନିଆଯାଇଥିଲା।

କରୁର ଦଳାଚକଟା ମାମଲାରେ ଗତ ୨୭ ସେପ୍ଟେମ୍ବରରେ ଟିଭିକେ ମୁଖ୍ୟ ଓ ଅଭିନେତା ବିଜୟଙ୍କ ଏକ ରାଲି ବେଳେ ହୋଇଥିଲା। ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ଆବେଦନର ଶୁଣାଣି ବେଳେ ବିଚାରପତି କଡା ପ୍ରଶ୍ନ ପଚାରିଛନ୍ତି। କୋର୍ଟ କହିଛନ୍ତି ଏଥିରେ ସରକାରଙ୍କୁ ଏହା କହିବା ଗ୍ରହଣୀୟ ନୁହେଁ ଯେ, ସାଧାରଣ ନିଯୁକ୍ତି ପ୍ରଦାନ କରୁଛନ୍ତି । ସାଧାରଣ ନିଯୁକ୍ତି ହେଉଛି ଯାହା ଜଣେ ବ୍ୟକ୍ତିଙ୍କ ପରିବାରକୁ ପ୍ରତିପୋଷଣ କରିପାରିବ। ଯଦି ସରକାର କରୁର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପ୍ରଦାନ କରୁଛନ୍ତି, ତେବେ କ'ଣ ସରକାର ସରକାରୀ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପ୍ରଦାନ କରିପାରିବେ? ସେହିପରି, ଶିବକାଶୀରେ ସଡ଼କ ଦୁର୍ଘଟଣା ବାରମ୍ବାର ଘଟୁଛି। ଯଦି ଆମେ ସେମାନଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିବାକୁ କହିବୁ ତେବେ କ'ଣ କରାଯିବା ଉଚିତ?

ଅକ୍ଟୋବର ୨୦୨୫ ରେ ସୁପ୍ରିମକୋର୍ଟରେ ଏକ ସ୍ବତନ୍ତ୍ର ଓ ନିରପେକ୍ଷ ତଦନ୍ତର ଆବଶ୍ୟକତା ଉପରେ ଯୋର ଦେଇ ଯାଞ୍ଚକୁ ରାଜ୍ୟ ସ୍ତରୀୟ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ରୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)କୁ ଟ୍ରାନ୍ସଫର କରି ଦିଆଯାଇଥିଲା। ଯାଞ୍ଚ ପରେ ରାଲିରେ ବହୁ ଦିଗକୁ ନେଇ ଯାଞ୍ଚ କରାଯାଉଛି। ଯାହାଫଳରେ ଭିଡ ମ୍ୟାନେଜମେଣ୍ଟର ବ୍ୟବସ୍ଥା, ବିଜୟଙ୍କ ଯିବା ଆସିବାର ଟାଇମଲାଇନ୍ ଓ ପାର୍ଟି ଅର୍ଗାନାଇଜର ଓ ଲୋକାଲ ଅଧିକାରୀଙ୍କ ଭିତରେ ତାଳମେଳ ସାମିଲ ରହିଛି। ଚଳିତ ମାସ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାର ୩୨ ଜଣଙ୍କୁ ଅନୁକମ୍ପା ଆଧାରରେ ନିଯୁକ୍ତି ପ୍ରଦାନର ନିର୍ଦେଶ ଦେଇଥିଲେ। ଏହି ଅନୁକମ୍ପା ଆଧାରରେ ନିଯୁକ୍ତି ରାଜ୍ୟ ସରକାରଙ୍କ ଉଦ୍ଧାର ଏବଂ ପୁର୍ନବାସ ଉପାୟର ଅଂଶ, ଯାହାର ଉଦେଶ୍ୟ ଦୁଃଖି ପରିବାରକୁ ଆର୍ଥିକ ସୁରକ୍ଷା ଦେବା।ୟ

ଆହୁରି ପଢନ୍ତୁ : Indian Electric Cars: ୩ ମାସରେ ୧୪ ଗୁଣ ବଢିଲା ଇଲେକ୍ଟ୍ରିକ୍ କାର ରପ୍ତାନୀ, ୟୁରୋପରୁ ନେଇ ଆଫ୍ରିକା ପର୍ଯ୍ୟନ୍ତ ଡିମାଣ୍ଡ