ନୂଆଦିଲ୍ଲୀ,୨୭।୭: ଭାରତରେ ତିଆରି ଇଲେକ୍ଟ୍ରିକ୍ କାର୍‌ର ବିଦେଶରେ ବଢିବାରେ ଲାଗିଛି ଚାହିଦା। ଏପ୍ରିଲରୁ ଜୁନ୍ ୨୦୨୬ ତ୍ରୟମାସିକରେ ଭାରତର ଇଲେକ୍ଟ୍ରିକ୍ କାର ରପ୍ତାନୀ ୧୪ ଗୁଣା ବଢି ଯାଇଛି। ଗତ ବର୍ଷ ଏହି ସମୟରେ କେବଳ ୧,୧୨୨ ଇଲେକ୍ଟ୍ରିକ୍ କାର ବିଦେଶକୁ ପଠାଯାଇଥିଲା, ସେଭଳି ଚଳିତ ବର୍ଷ ଏହି ସଂଖ୍ୟା ବଢିକି ୧୫,୬୪୧ ୟୁନିଟରେ ପହଁଞ୍ଚି ଯାଇଥିଲା। ସବୁଠାରୁ ବଡ କଥା ହେଲା ସେଠାରେ ଏହି ସଂଖ୍ୟା ଗତ ପୁରା ଆର୍ଥିକ ବର୍ଷରେ ହୋଇଥିବା ମୋଟ୍ ରପ୍ତାନୀଠାରୁ ବହୁ ଗୁଣା ଅଧିକ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମେରିକା-ଇରାନ ବିବାଦ କାରଣରୁ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ୍‌ର ଦାମ୍ ବଢିଛି। ଏଭଳି ସ୍ଥିତିରେ ଲୋକଙ୍କ କମ୍ ଖର୍ଚ୍ଚର ଇଲେକ୍ଟ୍ରିକ୍ କାର ଆଡକୁ ବଢିବାରେ ଲାଗିଛି। ଏହାର ସବୁଠାରୁ ବଡ଼ ଫାଇଦା ଭାରତର ଅଟୋ କମ୍ପାନୀକୁ ମିଳୁଛି। ମାରୁତି, ମହିନ୍ଦ୍ରା ଓ ଟାଟା ମୋଟର୍ସର ବିକ୍ରିରେ ବି ବୃଦ୍ଧି ଘଟିଛି।

୪୭ ଦେଶରେ ବିକ୍ରି ହେଉଛି ‘ମାରୁତି’ର ଏହି କାର

ଏହି ସୁନ୍ଦର ପ୍ରଦର୍ଶନରେ ସବୁଠାରୁ ଅଧିକ ଯୋଗଦାନ ମାରୁତି ସୁଜୁକିର ନୂଆ ଇଲେକ୍ଟ୍ରିକ୍ SUV e-Vitara ର ରହିଛି। ଏହି କାର୍ ଗତ ତ୍ରୟମାସିକରେ ଭାରତରେ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା କାର ଭିତରେ ତୃତୀୟ ସ୍ଥାନରେ ରହିଛି। କମ୍ପାନୀ କେବଳ ତିନି ମାସରେ ୧୫,୨୧୦ e-Vitara କାର ୪୭ ଦେଶକୁ ପଠାଇଛି। ଏଥିରେ ସବୁଠାରୁ ବଡ଼ ବଜାର ବ୍ରିଟେନ୍‌ ରହିଛି। ସେଭଳି ଦକ୍ଷିଣ କୋରିଆ ଦ୍ବିତୀୟ ସ୍ଥାନରେ ରହିଛି। ମାରୁତି ସୁଜୁକି ନିକଟରେ ୨୦ ନୂଆ ଦେଶ, ବିଶେଷ ଭାବରେ ୟୁରୋପର ବଜାରରେ ନିଜର e-Vitara ଲଞ୍ଚ କରିଛି। କମ୍ପାନୀର କହିବା ଅନୁସାରେ, ଭାରତରେ ତିଆରି କାରର ଗୁଣବତା ଓ ଆଧୁନିକ ଟେକ୍ନୋଲୋଜି କାରଣରୁ ୟୁରୋପ ଓ ଜାପାନ ଭଳି ବିକଶିତ ଦେଶରେ ମଧ୍ୟ ଏହାର ଭଲ ଡିମାଣ୍ଡ ରହିଛି। କମ୍ପାନୀ ଆଗାମୀ କିଛି ବର୍ଷ ହେବ ୨୦୩୦ ପର୍ଯ୍ୟନ୍ତ ଚାରୋଟି ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାର ପ୍ରସ୍ତୁତି କରୁଛି।

ଟାଟା ମୋଟର୍ସ କଲା ବିସ୍ତାର

ଟାଟା ମୋଟର୍ସ ମଧ୍ୟ ନିଜର ଇଲେକ୍ଟ୍ରିକ୍ ବାହାନ କାରବାରକୁ ବିଶ୍ବ ସ୍ତରରେ ଦୃତ ଗତିରେ ବଢାଇବାର ଯୋଜନା କରୁଛି। କମ୍ପାନୀ ବର୍ତ୍ତମାନ ଦକ୍ଷିଣ ଏସିଆର କିଛି ଦେଶରେ ଇଭି ରପ୍ତାନୀ ଆରମ୍ଭ କରିସାରିଛି ଓ ଏବେ ଏସିଆ, ଆଫ୍ରିକା, ୟୁରୋ ଓ ପ୍ରଶାନ୍ତ କ୍ଷେତ୍ରର ବହୁ ନୂଆ ବଜାରରେ ପ୍ରବେଶ କରିବାର ପ୍ରସ୍ତୁତି କରୁଛି। ଟାଟା ମୋଟର୍ସ ଆଗାମୀ ୫ ବର୍ଷ ୪୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାର ଘୋଷଣା କରିଛି। ଏହି ନିବେଶର ବ୍ୟବହାର ଉତ୍ପାଦନ କ୍ଷମତା ବଢାଇବା ଓ ନୂଆ ଇଲେକ୍ଟ୍ରିକ୍ ମଡେଲ ବିକଶିତ କରିବାରେ ବ୍ୟବହାର କରାଯିବ। କମ୍ପାନୀ ୨୦୩୧ ପର୍ଯ୍ୟନ୍ତ ନିଜର ବାର୍ଷିକ ଉତ୍ପାଦନ କ୍ଷମତା ୯ ଲକ୍ଷରୁ ବଢାଇ ୧୩ ଲକ୍ଷ ବାହାନ କରିବାକୁ ଚାହୁଁଛି। ଏହା ସହ କମ୍ପାନୀ ନିଜର ଇଲେକ୍ଟ୍ରିକ୍ ମଡେଲ ସଂଖ୍ୟା ୬ରୁ ବଢାଇ ୧୦ କରିବାର ଯୋଜନା ଉପରେ କାମ କରୁଛି।

ନୂଆ ମଡେଲ ତିଆରି କରୁଛି ମହିନ୍ଦ୍ରା

ମହିନ୍ଦ୍ରା ମଧ୍ୟ ନିଜର ନୂଆ ମଡେଲ ତିଆରି କରୁଛି। BE 6 ଓ XEV 9e ଇଲେକ୍ଟ୍ରିକ୍ ଏସୟୁଭି ଏଭଳି ମଡେଲ ତିଆରି କରୁଛି, ଯାହାକି ବ୍ରିଟେନ୍ ଭଳି ରାଇଟ୍ ହାଣ୍ଡ ଡ୍ରାଇଭ୍ ଦେଶ ପାଇଁ ଫିଟ୍ ହେବ। କମ୍ପାନୀର କହିବା ଅନୁସାରେ, ପ୍ରଥମେ ଏଭଳି ଦେଶରେ କାରବାର ବଢିଯିବ ଓ ଏହାପରେ ଧିରେ ଧିରେ ୟୁରୋପର ଅନ୍ୟ ଦେଶରେ ମଧ୍ୟ ବିସ୍ତାର କରାଯିବ। ମୋଟ ଭାବରେ ଭାରତୀୟ କମ୍ପାନୀ ଏବେ କେବଳ ଘରୋଇ ବଜାର ପର୍ଯ୍ୟନ୍ତ ସୀମିତ ନାହିଁ। ଭଲ ଗୁଣବତ୍ତା, ଆଧୁନିକ ଟେକ୍ନୋଲୋଜି ଓ କମ୍ ଦାମ୍‌ରେ ଭାରତରେ ତିଆରି ଇଲେକ୍ଟ୍ରିକ୍ କାର ଦୁନିଆର ବହୁ ବଡ ବଜାରରେ ନିଜର ପରିଚୟ ମଜବୁତ କରିଛି।

ଆହୁରି ପଢନ୍ତୁ : Sam Altman: 'ମତେ ଟିକଟକ୍‌ ନିଶା ଲାଗିଯାଇଥିଲା', ଦିନରାତି ଭିଡିଓ ଦେଖୁଥିଲେ ସ୍ୟାମ୍‌ ଅଲ୍‌ଟମ୍ୟାନ୍‌