ଭୁବନେଶ୍ୱର,୦୨/୦୮: ମହାନଦୀ ଜଳ ବିବାଦକୁ ନେଇ ଶନିବାର  ଟ୍ରିବ୍ୟୁନାଲର ଶୁଣାଣି ହେବ । ଛତିଶଗଡ଼  ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା  ଉପରେ ଟ୍ରିବ୍ୟୁନାଲ କି ନିଷ୍ପତ୍ତି ନେବେ,  ତାହା ଉପରେ ଓଡ଼ିଶା ସରକାରଙ୍କ  ନଜର ରହିଛି । ନିକଟରେ ମହାନଦୀ ଜଳ  ବିବାଦ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ  ବୈଠକ ବସିଥିଲା। ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ସହଯୋଗରେ  ଉଭୟ ରାଜ୍ୟ ଆପୋଷ ବୁଝାମଣା କରିବା  ନେଇ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।