ପୁରୀ ୦୫/୦୪: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ ବୋଲି ସୂଚନା ରହିଛି ।ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିବେ । ଠାକୁରଙ୍କ ଶ୍ରୀଅଙ୍ଗସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କୁହନ୍ତି । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିବ । ସେଦିନ ଅପରାହ୍ଣରେ ପ୍ରାୟ ୩ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଅନୁମାନକରାଯାଉଛି । ନୀତି ସରି ଠାକୁରଙ୍କମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ ଆରମ୍ଭହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେପଇତାଲାଗି ନୀତି ହେବ । ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶକରି ସାମୂହିକ ସେବା ସମ୍ପନ୍ନ କରିବେ ।