ନୂଆଦିଲ୍ଲୀ: ସଂଜୟ ରାଉତ, ଆପଣ ଦିବା ସ୍ବପ୍ନ ଦେଖିବା ବନ୍ଦ କରନ୍ତୁ। ଆପଣଙ୍କ ପ୍ରତିନିଧି ମନ୍ତ୍ରଣାଳୟର ଷଷ୍ଠ ମହଲାରେ ବସିବେ, ଏହା ଭୁଲି ଯାନ୍ତୁ, ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଛି । ୨୦୪୭ ପର୍ଯ୍ୟନ୍ତ, କେବଳ ବିଜେପି ଏବଂ NDA ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ମନ୍ତ୍ରଣାଳୟର ଷଷ୍ଠ ମହଲାରେ କାମ କରିବେ। ଶିବସେନା (UBT) ନେତା ସଂଜୟ ରାଉତଙ୍କୁ କିଛି ଏଭଳି ଢଙ୍ଗରେ କହି ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ତଥା ମହାରାଷ୍ଟ୍ର ନିର୍ବାଚନ ପ୍ରଭାରୀ ଚନ୍ଦ୍ରଶେଖର ବାୱନକୁଲେ। ସେ ଆହୁରି ପୁଣି କହିଛନ୍ତି ଯେ, ଅମରାବତୀ ନଗର ନିଗମର ମେୟର ଭାରତୀୟ ଜନତା ପାର୍ଟିରୁ ହେବେ। ଏହି ସମୟରେ, ଚନ୍ଦ୍ରପୁରରେ, କଂଗ୍ରେସକୁ ଏହାର କାଉନସିଲର ମାନଙ୍କର ଯତ୍ନ ନେବା ଉଚିତ। କଂଗ୍ରେସ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ଏଥିପାଇଁ ବିଜେପି ଦାୟୀ ନୁହେଁ।

ସଞ୍ଜୟ ରାଉତଙ୍କୁ କଣ କହିଲେ ବାଓ୍ବନକୁଲେ ?

ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରଶେଖର ବାୱକୁଲେ କହିଛନ୍ତି କି, "ଶିବସେନା (UBT) ନେତା ତଥା ସାଂସଦ ସଞ୍ଜୟ ରାଉତ ମୁମ୍ବାଇ ସଚିବାଳୟର ଷଷ୍ଠ ମହଲାରେ ବସିବାର ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ୨୦୪୭ ପର୍ଯ୍ୟନ୍ତ ଏନଡିଏ ଏବଂ ବିଜେପି ମହାଗଠବନ୍ଧନର ରହିବେ ଏବଂ ସଚିବାଳୟର ଷଷ୍ଠ ମହଲାରେ କାମ କରିବେ। ତେଣୁ, ସାଂସଦ ସଞ୍ଜୟ ରାଉତ ୨୦୪୭ ପର୍ଯ୍ୟନ୍ତ ମହାରାଷ୍ଟ୍ର ସଚିବାଳୟର ଷଷ୍ଠ ମହଲାରେ ବସିବା କଥା ଚିନ୍ତା କରିବା ଉଚିତ୍ ନୁହେଁ।" ଏହା ଉଲ୍ଲେଖନୀୟ ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମହାରାଷ୍ଟ୍ର ସଚିବାଳୟର ଷଷ୍ଠ ମହଲାରେ ଅବସ୍ଥିତ।

ବାଓ୍ବନକୁଲେ କହିଛନ୍ତି, "ସାଂସଦ ସଞ୍ଜୟ ରାଉତ ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ ଯେ ତାଙ୍କର କୌଣସି ପ୍ରତିନିଧି ୨୦୪୭ ପର୍ଯ୍ୟନ୍ତ ସେଠାରେ ବସିବେ । କେବଳ ଭାରତୀୟ ଜନତା ପାର୍ଟି ଏବଂ ମହାଯୁତିର ଲୋକମାନେ ସେଠାରେ ବସିବେ।" ଦେବେନ୍ଦ୍ର ଫଡନାଭିସ୍ ବର୍ତ୍ତମାନ କାର୍ଯ୍ୟାଳୟରେ ଅଛନ୍ତି ଏବଂ ଏକ ବିକଶିତ ମହାରାଷ୍ଟ୍ରର କାମ ଆରମ୍ଭ କରିଛନ୍ତି। ସେ ଯେଉଁ ଦିବାସ୍ୱପ୍ନ ଦେଖୁଛନ୍ତି ତାହା ବନ୍ଦ ହେବା ଉଚିତ।"

ମେୟର ମାନେ କେବେ ଦାୟିତ୍ୱ ଗ୍ରହଣ କରିବେ ?

ଯେତେବେଳେ ପଚରାଗଲା ଯେ ୨୯ଟି ନଗର ନିଗମରେ ନିର୍ବାଚନ ସମାପ୍ତ ହୋଇସାରିଛି, ସେଠାରେ ମେୟର ମାନେ କେବେ ଦାୟିତ୍ୱ ଗ୍ରହଣ କରିବେ, ଚନ୍ଦ୍ରଶେଖର ବାଓ୍ବନକୁଲେ ଉତ୍ତର ଦେଇଥିଲେ, "ଯେତେବେଳେ ସ୍ଥାନୀୟ ବିଜେପି ଅଧିକାରୀ ମାନେ ଏକ କୋର କମିଟି ବୈଠକ ସ୍ଥିର କରିବେ, ପ୍ରତ୍ୟେକ ନଗର ନିଗମରେ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସମ୍ପର୍କରେ ଗୋଟିଏ ଗୋଟିଏ ନିଷ୍ପତ୍ତି ନିଆଯିବ।"