ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବର୍ଷକ ପରେ ବି ମିଳିଲାନି ସାଥୀ, ଲେଉଟିଲା ମହାରାଷ୍ଟ୍ର ମହାବଳ! ଗଜପତି ସୀମାରେ ହାଇଆଲର୍ଟ

Published By : Prameya | November 5, 2024 3:02 PM

ଗୁଣପୁର,୦୫/୧୧: ସ୍ଥାନୀୟ ଅଞ୍ଚଳରେ  ଦେଖିବାକୁ ମିଳିଥିଲା ପାଦଚିହ୍ନ । କାଁ ଭାଁ ଶିକାର  ସାଙ୍ଗକୁ ବାରମ୍ବାର ସ୍ଥାନ ବଦଳାଇ ଭୟ ସୃଷ୍ଟି କରିଥିବା ମହାରାଷ୍ଟ୍ରର ମହାବଳ ବାଘ ଏବେ ପୁଣି  ଲେଉଟିଛି । କିଛିଦିନ ତଳେ ଏହି ବାଘ ପଡ଼ୋଶୀ  ଗଜପତି ଜିଲ୍ଲାର ଚନ୍ଦ୍ରଗିରି ବନଖଣ୍ଡ ଅଞ୍ଚଳ  ଦେଇ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନଖଣ୍ଡରେ  ଘୂରି ବୁଲୁଥିବା ଖବର ମିଳିଛି । ଏହାକୁ  ନେଇ ସୀମାନ୍ତ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର,  ଗୁଡ଼ାରୀ, ଗୁଣପୁର ବନଖଣ୍ଡରେ ହାଇଆଲର୍ଟ  ଜାରି କରାଯାଇଛି । ଗଜପତି ଜିଲ୍ଲାର ସୀମାନ୍ତ  ରେଞ୍ଜରମାନଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ  ଦିଆଯାଇଥିବା ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର  ସୂଚନା ଦେଇଛନ୍ତି । ଏହାକୁ ନେଇ ଗୁଣପୁର  ଉପଖଣ୍ଡର ବିଭିନ୍ନ ଗ୍ରାମାଞ୍ଚଳରେ ବାଘ ଆତଙ୍କ  ଖେଳିଯାଇଛି ।   

ଗତବର୍ଷ ଅଗଷ୍ଟ ମାସରେ ପ୍ରଥମେ ଗୁଣପୁର  ସୀମାନ୍ତ ଆନ୍ଧ୍ର ଅଞ୍ଚଳରେ ଗୋଟିଏ ମହାବଳର  ପାଦଚିହ୍ନ ଦେଖାଯିବା ପରେ ଲୋକେ  ଆତଙ୍କିତ ହୋଇପଡି଼ଥିଲେ । ଏହାର ଦୁଇମାସ  ବ୍ୟବଧାନରେ ଏହି ବାଘଟି ଗଜପତି ଜିଲ୍ଲାର  ବିଭିନ୍ନ ଅଞ୍ଚଳରେ ବୁଲୁଥିବା ଜଙ୍ଗଲ ବିଭାଗ  କ୍ୟାମେରାରୁ ଜଣାପଡ଼ିଥିଲା । ପରେ ଗୁଡ଼ାରୀ  ବନଖଣ୍ଡର ପଦ୍ମପୁର ବ୍ଲକ୍‌ ଲିକିଟିପଦର ପାଖ  ଉହାମାରେ ଏକ ବାଛୁରୀ ଶିକାର କରି ରାୟଗଡ଼ା  ଜିଲ୍ଲା ଭିତରକୁ ପଶିଥିଲା । ବାଘଟି ପ୍ରାୟ ଦୁଇମାସ  ଧରି ବନ ବିଭାଗକୁ ନାକେଦମ୍‌ କରିଥିଲା ।  ଅଥଚ ଥରେ ହେଲେ ଟ୍ରାପ୍‌ କ୍ୟାମେରା କିମ୍ବା  କାହା ଆଖିରେ ପଡ଼ିନଥିଲା । ମହାରାଷ୍ଟ୍ରରୁ ୪  ରାଜ୍ୟ ପାରି ହୋଇ ବାଘୁଣି ସନ୍ଧାନରେ ଓଡ଼ିଶା  ଆସିଥିବା ବନ ବିଭାଗ ପକ୍ଷରୁ ସେତବେଳେ  କୁହାଯାଇଥିଲା । ପରେ ଗଜପତି ଜିଲ୍ଲାକୁ ଫେରି  ସେଠାରୁ ଆଉ ସନ୍ଧାନ ମିଳିନଥିଲା । ଠିକ୍‌ ବର୍ଷେ  ପରେ ପୁଣି ବାଘଟି ଗତବର୍ଷର ପୁରୁଣା ଅଞ୍ଚଳକୁ  ଫେରିଥିବାରୁ ଜିଲ୍ଲା ଭିତରକୁ ପ୍ରବେଶ କରିବ  ବୋଲି ଆଶଙ୍କା କରାଯାଇଛି ।   

ଏ ସମ୍ପର୍କରେ ବହୁ ଅଭିଜ୍ଞ ବନ କର୍ମଚାରୀ  କହିଛନ୍ତି, ମହାବଳଟି ମୁଖ୍ୟତଃ ଖାଦ୍ୟ,  ବାସସ୍ଥାନ ଓ ବାଘୁଣି ସାଥୀ ଖୋଜିବା ପାଇଁ  ଆସିଛି । ଅଥଚ ଏ ଅଞ୍ଚଳରେ ଘଞ୍ଚ ଜଙ୍ଗଲ କି  ଶିକାର ପାଇଁ ଜଙ୍ଗଲି ପ୍ରାଣୀ ନାହାନ୍ତି । ଓଡ଼ିଶା  ଜଙ୍ଗଲରେ ଶିମିଳିପାଳ ଅଭୟାରଣ୍ୟ ଛଡ଼ା ଅନ୍ୟ  କୌଣସିଠାରେ ମହାବଳ ବାଘ ନ ଥିବାରୁ ସାଥୀ  ବାଘୁଣି ମିଳିବା ମଧ୍ୟ ମୁସ୍କିଲ୍‌ । ସାଥୀଟିଏ ମିଳିବା  ଯାଏଁ ସେ ଏମିତି ଏଣେତେଣେ ଘୂରି ବୁଲିବ ।  ଏବେ କୋଟଗଡ଼ ଅଭୟାରଣ୍ୟକୁ ଗଲେ ତା’  ପାଇଁ ଖାଦ୍ୟ ଅଭାବ ରହିବ ନାହିଁ । ସେହିପରି  କଳାହାଣ୍ଡି ଜିଲ୍ଲାର ନର୍ଲା ଦେଇ ନୂଆପଡ଼ାର  ଖଡ଼ିଆଳ ନିକଟ ଶୀତାନଦୀ ପାରି ହେଲେ ଯାଇ  ଛତିଶଗଡ଼ ସୀମାନ୍ତ । ସେଠାକାର ଟାଇଗର  କରିଡର ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ ବି ସାଥୀ  ବାଘୁଣି ମିଳିବା ଅସମ୍ଭବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.