ନୂଆଦିଲ୍ଲୀ: ମାଲାୟଲମ ଅଭିନେତା ସାଇନ୍ ଟମ୍ ଚାକୋଙ୍କୁ କେରଳ ପୋଲିସ ଡ୍ରଗ୍ସ ମାମଲାରେ ଗିରଫ କରିଛି । ଏର୍ଣ୍ଣାକୁଲମ ଟାଉନ୍ ନର୍ଥ ପୋଲିସ ଷ୍ଟେସନରେ ଚାରି ଘଣ୍ଟାରୁ ଅଧିକ ପଚରାଉଚରା ପରେ ଅଭିନେତା ସାଇନ୍ ଟମ୍ ଚାକୋଙ୍କୁ ଗିରଫ କରିଛି । ସାଇନ୍ ଟମ୍ ଚାକୋ ଜଣେ ଜଣାଶୁଣା ମାଲାୟଲମ ଅଭିନେତା । ସେ ବିଜୟ, ନାନି, ପୃଥ୍ୱୀରାଜ ସୁକୁମାରନଙ୍କ ଭଳି ବରିଷ୍ଠ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି । ଗତ କିଛି ମାସ ଧରି ସେ ୨୦୧୫ ଡ୍ରଗ୍ସ ମାମଲାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। 

 ନିକଟରେ ଅଭିନେତ୍ରୀ ଭିନ୍ସି ଆଲୋସିୟସ୍ ମଧ୍ୟ ତାଙ୍କ ବିରୋଧରେ ନିଶା ସେବନ କରି ଅଭିନେତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ୨୦୧୫ରେ ଏକ ଡ୍ରଗ୍ସ ମାମଲାରେ ଏହି ବର୍ଷ ଆରମ୍ଭରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ପରେ ଆଜି ଏହି ମାମଲାରେ ତାଙ୍କୁ ପୁଣି ଗିରଫ କରିଛି ପୋଲିସ । ବୁଧବାର ବିଳମ୍ବିତ ରାତିରେ କୋଚିର କାଲୁରରେ ଏକ ହୋଟେଲରେ ଚଢାଉ ସମୟରେ ଅଭିନେତା ସାଇନ ଟମ୍ ଚାକୋଙ୍କୁ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ । 

ମାମଲାରେ ପଚରାଉଚରା ପାଇଁ ପୋଲିସ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଥିଲା । ସକାଳ ପ୍ରାୟ ୧୦ଟା ସମୟରେ ସେ ଥାନାରେ ପହଞ୍ଚିଥିଲେ। ପ୍ରାଥମିକ ରିପୋର୍ଟ ଅନୁଯାୟୀ, NDPS ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ଏଫଆଇଆର ପଞ୍ଜିକୃତ ହୋଇଛି ।

ଅଭିନେତା ସାଇନ୍ ଟମ୍ ଚାକୋ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ ନାଁ । ସେ ଅନେକ ବ୍ଲକବଷ୍ଟର ସିନେମାରେ ଅଭିନୟ କରିଛନ୍ତି । ଶାଇନ୍ ଟମ୍ ଚାକୋ ୨୦୨୩ ରେ ନାନିଙ୍କ ଫିଲ୍ମ 'ଦସରା' ମାଧ୍ୟମରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ୨୦୨୨ ଆରମ୍ଭରେ, ସେ ବିଜୟଙ୍କ ଫିଲ୍ମ 'ବିଷ୍ଟ' ମାଧ୍ୟମରେ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ପୃଥ୍ୱୀରାଜ ସୁକୁମାରନଙ୍କ 'କୁରୁଥି'ରେ ମଧ୍ୟ କାମ କରିଛନ୍ତି। ଚାକୋ ଅଜିତ କୁମାରଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ 'ଗୁଡ୍ ବ୍ୟାଡ୍ ଅଗଲି'ରେ ମଧ୍ୟ ନଜର ଆସିଥିଲେ।