ଖୋର୍ଦ୍ଧା,୧୨/୧୦: ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରେ ଟାଙ୍ଗୀ ଥାନା ଅଧିନସ୍ଥ ଭୋବରା ଗ୍ରାମର ମନ୍ମଥ ପ୍ରଧାନ(୪୮ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ମୁତାବକ, ରବିବାର ସକାଳୁ ଭୋବରା ଗ୍ରାମର ମନ୍ମଥ ପ୍ରଧାନ ଶୌଚ ହେବାକୁ ଭୋବରା ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ହାତୀ ଆକ୍ରମଣରେ ମନ୍ମଥ ପ୍ରଧାନ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ​​​​​​​