ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Manipur: ମଣିପୁର ପୁଣି ଅଶାନ୍ତ; କୁକି ସଂପ୍ରଦାୟର ଆକ୍ରମଣରେ ୧ ମୃତ, ୨୭ ଆହତ

Published By : Bijay Swain | March 8, 2025 11:12 PM

Image courtesy: indiatoday

ନୂଆଦିଲ୍ଲୀ: କିଛି ଦିନର ବିରାମ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର। ଖବର ମୁତାବକ କୁକି ସମ୍ପଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି। ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଏହି ଘଟଣା ଘଟିଥିବା ନେଇ ଖବର ମିଳିଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ଅବାଧ ବିଚରଣ ଉପରେ ଲାଗିଥିବା ରୋକ ଆଜି ହଟାଇବା ପରେ ଏହି ଘଟଣା ଘଟିଛି।

ଏହି ଦୁର୍ଘଟଣା କାନପୋକପି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି। ତେବେ ପ୍ରଶାସନ ସ୍ଥାନିୟ ଲୋକମାନଙ୍କ ଉପରୁ କଟକଣା ହଟାଇବା ଦିନ ହିଁ ଜାତୀୟ ରାଜପଥ ୨ ରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଏକ ବସ କୁ ରାସ୍ତାରେ ଅଟକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ସୁରକ୍ଷା କର୍ମିମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ତାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। 

ସୂଚନା ମୁତାବକ, ସୁରକ୍ଷା ବାହିନୀର ଏକ ଗାଡି ଶାନ୍ତିପୂର୍ଣ୍ଣ ଭାବରେ ପାହାଡ଼ି ଜିଲ୍ଲା ଚୁରାଚାନ୍ଦପୁରରେ ପହଞ୍ଚିଥିଲା। ଇମ୍ଫାଲରୁ କାଙ୍ଗପୋକପି ଏବଂ ସେନାପତିକୁ ଯାଉଥିବା ସୁରକ୍ଷା ବାହିନିର ଗାଡି କେତେକ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ନେଇ କୁକି-ଅଧିକୃତ ଅଞ୍ଚଳ ଦେଇ ଯାଉଥିବା ବେଳେ ସ୍ଥାନିୟ ଲୋକମାନେ ଗାଡିକୁ ଅଟକାଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ରାସ୍ତାରେ ଯାଉଥିବା ବ୍ୟକ୍ତିଗତ ଗାଡିରେ ନିଆଁ ଲଗାଇଦେଇଥିଲେ। ଏହା ସହ ସୁରକ୍ଷା ବାହିନି ସହ ଯାଉଥିବା ଏକ ରାଜ୍ୟ ପରିବାହନ ବିବାଗର ଏକ ବସକୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏଣୁ ବାଧ୍ୟ ହୋଇ ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲେ। 

କିଛି ଦିନ ତଳେ ଏକ ବୈଠକରେ ଯୋଗଦେଇ ଅମିତ ଶାହ ମଣିପୁରର ସାଧାରଣ ଲୋକଙ୍କ ପାଇଁ ଅବାଧ ବିଚରଣ ଉପରେ ଲାଗିଥିବା ରହିତାଦେଶକୁ ଉଠାଇବାକୁ ଆଦେଶ ଦେଇଥିଲେ। ଆଜି ଏହି ରହିତାଦେଶ ଉଠିବା ପରେ ମଣିପୁରରେ ଏହି ଦୁର୍ଘଟଣା ଘଟିଛି। ତେବେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ନିଜ ପଦରୁ ଇସ୍ତଫା ଦେବାପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ଦୀର୍ଘ ଦୁଇବର୍ଷ ହେବ ମମିପୁରରେ ହିଂସା ଲାଗି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.