ମାଲକାନଗିରି,୧୬/୦୧: ମାଲକାନଗିରି ଛତିଶଗଡ଼ ସିମାନ୍ତ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷା କର୍ମିଙ୍କୁ ମିଳିଲା ବଡ ସଫଳ । କୁମ୍ବିଂ ଅପରେସନ ବେଳେ ଜଙ୍ଗଲ ଜଙ୍ଗଲ ଭିତରୁ ଯବାନ ମାନେ ଠାବ କଲେ ବଡ ଧରଣର ମାଓ ଡମ୍ପ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏହି ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ସୂଚନା ମୁତାବକ, ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀର କମ୍ବିଂ ଚାଲିଥିଲା । ସେଠାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହା ପରେ ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ ଡିଆର୍ଜି ଓ ବସ୍ତରର ଫାଇଟର ବାହିନି ପକ୍ଷରୁ ଜୋରଦାର ଅପରେସନ ଜାରି ରହିଛି ।