ରାୟଗଡ଼ା,୧୩/୦୨: ନିକଟରେ ମାଓ ଶୂନ୍ୟ ରାୟଗଡ଼ା ଜିଲ୍ଲା ଘୋଷଣା ହୋଇଥିଲା । କାରଣ ଆତ୍ମସମର୍ପଣ କରିଥିଲେ ଶହ ଶହ ସଂଖ୍ୟାରେ ମାଓବାଦୀ । ଆଉ ଏହାରି ମଧ୍ୟରେ ପୁଣିଥରେ ରାୟଗଡ଼ା ସହର ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ସହରରୁ ମାତ୍ର ଦେଢ଼ କି.ମି ଦୂର ଅର୍ଥାତ୍ ଦୁମାଗୁଡ଼ା ଗାଁ ନିକଟରେ ମାଓବାଦୀ ମାରିଲେ ପୋଷ୍ଟର।  କେବିକେ ଡିଭିଜନ୍ ପକ୍ଷରୁ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। 

​​​​​​​ଆହୁରି ପଢନ୍ତୁ-ପୂର୍ବତନ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ​​​​​​​

 ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର । ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ଉଲ୍ଲେଖ ହୋଇଛି । ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି । ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ହୋଇଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନତୀ ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ । ରାୟଗଡା ସହରରୁ ମାତ୍ର ଦେଢ କିମି ଦୁରରେ ଥିବା ଦୁମାଗୁଡା ଗ୍ରାମ ନିକଟରେ ଏହି ପୋଷ୍ଟର ଲଗାଯାଇଛି। ମାଓବାଦୀ ରାଜ୍ଯ ସଂପାଦକ ମେଘ ଜାନି ଓ ଡମ୍ବୁରୁ ମାଝୀଙ୍କ ନାରେ ଲାଗିଥିବା ଏହି ପୋଷ୍ଟରରେ ମାଓନେତା ସବ୍ୟସାଚୀ ପଣ୍ଡା,ଆଜାଦ୍, ଉଦୟ ଓ ନିଖିଲ ଆଦିବାସୀ ନଥିବା ଉଲେଖ କରାଯିବା ସହ ଜିଲ୍ଲାରେ ଗଢିଉଠିଥିବା କମ୍ପାନୀ ମାନେ ଲୋକଙ୍କୁ ଶୋଷଣ ନକରି ନିରବ ରହିବାକୁ ଉଲ୍ଲେଖ କରାଯାଇଛି।  କେବିକେ ଡିଭିଜନ୍ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ସଂଗଠନ ସବୁବେଳେ ପାଇଁ ରହିଛି ବୋଲି ଉଲ୍ଲେଖ ରହିଛି। ତେବେ ମାଓ ପୋଷ୍ଟର ଲାଗିବା ପରେ ଦୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ରାୟଗଡା ପୁଲିସ ପହଞ୍ଚିନଥିବା ବେଳେ ସିଆରପିଏଫ ଜବାନ ଆସି ପୋଷ୍ଟରକୁ ହଟେଇଛନ୍ତି। ଏଥିସହ ଆତଙ୍କିତ ନହେବା ପାଇଁ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଛନ୍ତି।