ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା, ସବୁ ସରକାରୀ ଅଫିସ୍‌ରେ ‘ମରାଠୀ’ ଭାଷା ବାଧ୍ୟତାମୂଳକ

Published By : Tapas Panda | February 3, 2025 9:08 PM

Image Courtesy: indiatvnews

ମୁମ୍ବାଇ: ମହାରାଷ୍ଟ୍ର ସରକାର ଆଜି (ଫେବୃଆରୀ ୩) ରାଜ୍ୟରେ 'ମରାଠୀ' ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ, ଦେବେନ୍ଦ୍ର ଫଡନବିସଙ୍କ ସରକାର ଦ୍ୱାରା ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ନଗର ନିଗମ କାର୍ଯ୍ୟାଳୟରେ ମରାଠୀ କହିବାକୁ ବାଧ୍ୟତାମୂଳକ କରାଯାଇଛି । ଏବେ ମରାଠୀରେ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟାଳୟଗୁଡ଼ିକରେ ସାଇନ୍‌ ବୋର୍ଡ ଲଗାଯିବ । ସରକାରୀ କାର୍ଯ୍ୟାଳୟ କମ୍ପ୍ୟୁଟରଗୁଡ଼ିକରେ ମଧ୍ୟ ମରାଠୀ ଭାଷାର କି-ବୋର୍ଡ ରହିବ । 

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ପୂର୍ବରୁ ମରାଠୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ପିଢ଼ି ଯେଉଁଭଳି ମହାନ ମରାଠୀ ଲେଖକମାନଙ୍କ ଦ୍ୱାରା ସୃଷ୍ଟିକୁ ପାଇପାରିବେ ସେଥିପାଇଁ କୃତ୍ରିମ ବୁଦ୍ଧିମତା (AI)କୁ ପୁଞ୍ଜି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୁଣେର ଫର୍ଗୁସନ୍ କଲେଜରେ ତୃତୀୟ 'ବିଶ୍ୱ ମରାଠୀ ସମ୍ମିଳନୀ'ରେ ଫଡନାଭିସ୍, ରାଜ୍ୟର ମରାଠୀ ଭାଷା ବିଭାଗକୁ ମରାଠୀ ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ AI ବ୍ୟବହାର କରି ଏକ କ୍ଷୁଦ୍ର ଭାଷା ମଡେଲ୍ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଗତ ବର୍ଷ କେନ୍ଦ୍ର ସରକାର ମରାଠୀକୁ "ଶାସ୍ତ୍ରୀୟ ଭାଷା" ମାନ୍ୟତା ପ୍ରଦାନ କରିଥିଲେ। କିଛି ଲୋକ ମରାଠୀ ଭାଷା ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବୋଲି  ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ କହିଥିଲେ । ଏହା ଉପରେ ଫଡନବିସ୍ କହିଛନ୍ତି ଯେ, ବିତର୍କ ହେଉଛି ସାହିତ୍ୟିକ ସମ୍ମିଳନୀ କିମ୍ବା ନାଟ୍ୟ ମହୋତ୍ସବର ଏକ ଅବିଚ୍ଛେଦ୍ୟ ଅଂଶ । ଆଲୋଚନା ଏବଂ ମତ ପାର୍ଥକ୍ୟ ବିନା ଏପରି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ପ୍ରକୃତରେ, ବିତର୍କ କରିବା ଆମର ମୂଳ ସ୍ୱଭାବର ଏକ ଅଂଶ, କାରଣ ଆମେ ଭାବପ୍ରବଣ ଏବଂ ସମ୍ବେଦନଶୀଳ ମଣିଷ । ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ଆବଶ୍ୟକ। ସେତେବେଳେ ହିଁ ପ୍ରକୃତ ବୌଦ୍ଧିକ ମନ୍ଥନ ଘଟିବ ବୋଲି ସେ କହିଛନ୍ତି । ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇବା ଦ୍ବାରା ମରାଠୀକୁ ଉଚିତ ସମ୍ମାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଫଡ଼ନବିସ୍‌ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.