ବଲାଙ୍ଗୀର: ଗଞ୍ଜେଇ ଚୋରାଚାଲାଣ କରୁଥିଲେ ଖବର ପାଇଲା ଅବକାରୀ ବିଭାଗ। ସମୟ ଦେଖି ଝାମ୍ପି ଧରିଲା ଅବକାରୀ । ହେଲେ ଧରିବା ବେଳେ ଫେରାର ମାରିବାକୁ ଉଦ୍ୟମ କରିଥିଲେ ଗଞ୍ଜେଇ ମାଫିଆ। ହେଲେ ସେମାନଙ୍କୁ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ।
ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ଭିତର। ଗତକାଲି ରାତି ସମୟରେ ଗଞ୍ଜେଇ ନେଇ ଫେରାର ମାରୁଥିଲେ ଗୋଟିଏ ଇକୋ ଭ୍ୟାନରେ। ଏନେଇ ଖବର ପାଇ ପଛେ ପଛେ ଗୋଡ଼ାଇ ଥିଲା ଅବକାରୀ ବିଭାଗ। ଏନେଇ ତୁଷୁରା ସହର ଭିତରେ ଗାଡିକୁ ଅଟକାଇବା ବେଳେ ଫେରାର ମାରୁଥିଲେ ଦୁଇ ଗଞ୍ଜେଇ ମାଫିଆ। ତେବେ ରାସ୍ତାରେ ଜନଗହଳି ସମୟରେ ଗୋଡେଇ ଗୋଡେଇ ଧରିଥିଲା ଅବକାରୀ ବିଭାଗ।
ଏନେଇ କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କୁ କିଛି ଫିଲ୍ମ ଦେଖିବା ଭଳି ଅନୁଭବ ହୋଇଥିଲା ଓ ସେମାନେ ଭୟଭିତ ମଧ୍ୟ ହୋଇଥିଲେ। ଏନେଇ ଗାଡି ସହ ଦୁଇ ଜଣଙ୍କୁ ଆଣିଥିଲା ଅବକାରୀ ବିଭାଗ। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡି ଭିତରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ତାହା ଜବତ କରିଛି ଅବକାରୀ ବିଭାଗ। ଗିରଫ ଦୁଇ ଜଣ ମାଫିଆ ହେଲେ ତୁଷୁରା ଥାନା ଅଞ୍ଚଳ କୋଟ ଗାଁର ବିପିନ ମାଝୀ, କାନ୍ଦୁଲୁ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଅବକାରୀ ବିଭାଗ। ତେବେ ଏମାନଙ୍କ ଲିଙ୍କରେ ଆଉ କିଏ କିଏ ରହିଛନ୍ତି ତାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।