ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଫେବ୍ରୁଆରୀ ୧ରୁ କାର ଦାମ୍‌ ବଢ଼ାଇବ ମାରୁତି ସୁଜୁକି, ସେଲେରିଓ ଅଧିକ ମହଙ୍ଗା

Published By : Tapas Panda | January 23, 2025 8:33 PM

ନୂଆଦିଲ୍ଲୀ: ଭାରତୀୟ ବଜାରରେ ବହୁ ଲୋକପ୍ରିୟ କାର କମ୍ପାନି ମାରୁତି ସୁଜୁକି ବଡ଼ ନିଷ୍ପତ୍ତି ନେଇଛି। ପ୍ରାୟ ସମସ୍ତ ମଡେଲ୍‌ର କାର ଉପରେ ଦାମ ବଢ଼ାଇବ କମ୍ପାନି । ଏହି ନୂଆ ଦାମ ଲାଗୁ ହେବା ପରେ ମାରୁତି ସୁଜୁକି କାର ଉପରେ ୩୨, ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ ଏହି ନୂଆ ଦାମ୍‌ ଫେବ୍ରୁଆରୀ ୧ରୁ ଲାଗୁ ହେବାକୁ ଯାଉଛି । କାର ତିଆରି ଏବଂ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଜାନୁଆରୀରେ ମଧ୍ୟ କାର ମୂଲ୍ୟ ବଢ଼ାଇଥିଲା କମ୍ପାନି। ସମସ୍ତ ମଡେଲ ଉପରେ କମ୍ପାନି ୪ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିଲା । 

କମ୍ପାନି ମଡେଲ ଅନୁସାରେ କାର ମୂଲ୍ୟ ବୃଦ୍ଧି କରିଥିବା ବେଳେ ସେଲେରିଓ କାର ମୂଲ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ସେଲେରିଓ କିଣିବାକୁ‌ ହେଲେ ଗ୍ରାହକଙ୍କୁ ଅଧିକ ୩୨,୫୦୦ ଟଙ୍କା ଦେବାକୁ ପଡ଼ିବ । ସେହିଭଳି ପ୍ରିମିୟମ୍‌ କାର ଇନଭିକ୍ଟୋର ଏକ୍ସ-ସୋରୁମ୍‌ ମୂଲ୍ୟ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି । ବ୍ରେଜା ଏବଂ ଗ୍ରାଣ୍ଡ ବିଟାରା ମୂଲ୍ୟ ୨୦ ହଜାର ଟଙ୍କା ବଢ଼ିଥିବା ବେଳେ ସ୍ବିଫ୍ଟ କାର ଉପରେ ୫ ହଜାର ଟଙ୍କା ବଢ଼ିଛି । ଅଲ୍ଟୋ କେ-୧୦ ଉପରେ ୧୯,୫୦୦ ଟଙ୍କା ବଢ଼ିଥିବା ଜଣାପଡ଼ିଛି । ମାରୁତି ସୁଜୁକି ଫ୍ରଙ୍କସ୍‌ ଉପରେ ୫,୫୦୦ ଟଙ୍କା ଏବଂ ବଲେନୋ ଉପରେ ୯ ହଜାର ଟଙ୍କା ବଢ଼ାଇଛି କମ୍ପାନି ।

ରିପୋର୍ଟ ଅନୁସାରେ, ମାରୁତି ସୁଜୁକି ଗତବର୍ଷ ଡିସେମ୍ବର ମାସରେ ୧,୭୮,୨୪୮ କାର ବିକ୍ରି କରିଥିଲା। ଯାହା ୨୦୨୩ ତୁଳନାରେ ୩୦ ପ୍ରତିଶତ  ଅଧିକ। ମୋଟ ବିକ୍ରିରେ ଘରୋଇ ବିକ୍ରି ୧,୩୨,୫୨୩ ୟୁନିଟ୍ ହୋଇଥିବା ବେଳେ ରପ୍ତାନି ହୋଇଥିଲା ୩୭,୪୧୯ ୟୁନିଟ୍ । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ମାରୁତି ସୁଜୁକି ୩,୦୬୯ କୋଟି ଟଙ୍କାର ଲାଭ  କରିଛି। ହେଲେ ବାର୍ଷିକ ଆଧାରରେ ଦେଖିଲେ ଏଥିରେ ୧୭ ପ୍ରତିଶତ ହ୍ରାସ ପାଇଛି । ଗତ ଆର୍ଥିକ ବର୍ଷରେ କମ୍ପାନୀ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୩୭୧୭ କୋଟି ଲାଭ କରିଥିଲା। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ଅପରେସନାଲ ରେଭିନ୍ୟୁ ୩୭,୨୦୩ କୋଟି ଟଙ୍କା ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.