ଭୁବନେଶ୍ବର, ୨୩/୦୧: ଅଧିକାରୀଙ୍କ ଶିରା ଶିରାରେ ଦୁର୍ନୀତି, ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ବିଗତ ୫ବର୍ଷ ଠାରୁ ବର୍ତ୍ତମାନ ୩୧୦ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଆର୍ଥିକ କାରବାରରେ ଅନିୟମିତତା ସମ୍ପୃକ୍ତରେ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସେମାନଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ୬୬୭ ଟଙ୍କା ଜବତ ହୋଇଛି । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଏମିତି ଉତ୍ତ୍ର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅଧିକ ପଢ଼ନ୍ତୁ-'ବଜେଟ୍ ବେଳେ ଆଲୋଚନା କରି ଗୃହ ଚଳାଇଲେ, ମଣ୍ଡି ସମସ୍ୟା କହିଲାରୁ ମୁହଁ ବୁଲାଇଲେ'
ସେ କହିଛନ୍ତି, ଦୁର୍ନୀତି ନିବାରଣ ବିଭାଗ ଗତ ତିନି ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି । ୬ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ରେ ବିନିଯୋଗ କରାଯାଇଛି । ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ତିଆରି ହୋଇଛି । ଏହାଛଡ଼ା ୩୨,୫୦, ୮୪୪ ଟଙ୍କା ରାଜ୍ୟ କୋଷାଗାରରେ ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଭାନସଭାରେ ଉତ୍ତର ରଖିଛନ୍ତି ।