ଭୁବନେଶ୍ୱର,୧୦/୦୧: ଭୁବନେଶ୍ୱର ବିମାନ ବନ୍ଦର ପଡ଼ିଆରେ ନିଆଁ ଲାଗିଛି । ଜଳୁଛି ବିମାନ ବନ୍ଦର ପଡ଼ିଆ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପଡ଼ଆରେ ଭୟଙ୍କର ନିଆଁ ଲାଗିଛି । ନିଆଁ ରନ୍ୱେ ଆଡ଼କୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଥିବା ଖବର ମିଳିଛି । କିପରି ଅଗ୍ନିକାଣ୍ଡ ଘଟିଲା ତାର ତଦନ୍ତ ଚାଲିଛି । ଶୁଖିଲା ଘାସରେ ଲାଗିଥିଲା ନିଆଁ, ଅଗ୍ନିଶମ ଟିମ୍ ଦ୍ବାରା ଆୟତ୍ତ କରାଯାଇଛି । କାରଣ ଅସ୍ପଷ୍ଟ ରହିଛି କିଛି ପ୍ରଭାବିତ ହୋଇନାହିଁ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।
ବଡ଼ ଖବର ପହଞ୍ଚିଛି ଯେ ବିମାନ ବନ୍ଦର ପଡ଼ିଆ ହୁତୁହୁତୁ ହୋଇ ଜଳୁଛି । ଘଟଣାର ଖବର ପାଇ ତୁରନ୍ତ ବିମାନ ବନ୍ଦର ଭିତରେ ଥିବା ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଶୁଖିଲା ଘାସରେ ନିଆଁ ଲାଗିଥିଲା । ବହୁତ ଜୋରରେ ଧୂଆଁ ଉଠିଥିଲା । ହେଲେ କିପରି ଶୁଖିଲା ଘାସରେ ନିଆଁ ଲାଗିଲା ତାର ଯାଞ୍ଚ ଚାଲିଛି । ଧୂଆଁ ଧୂଆଁ ହୋଇଥିଲା ବିମାନ ବନ୍ଦର । ବଡ଼ କଥା ହେଉଛି କିଛି ପ୍ରଭାବିତ ହୋଇନଥିବା ସୂଚନା ମିଳିଛି । କିନ୍ତୁ ବଡ଼ ପ୍ରଶ୍ନ ପଡ଼ିଆରେ ନିଆଁ ଲାଗିଲା କିପରି ? ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଯାଞ୍ଚ ପରେ କାରଣ ସାମ୍ନାକୁ ଆସିବ । ତେବେ କିଏ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି ।