ନୂଆଦିଲ୍ଲୀ,୧୨/୦୧:ଗ୍ରେଟର ନୋଏଡ଼ାର କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ପବନର ତୀବ୍ର ବେଗ ଯୋଗୁଁ ଚାରିଆଡେ଼ ବ୍ୟାପିଯାଇଛି ନିଆଁ । ଏନେଇ ଘଟଣାସ୍ଥଳରେ ଥିବା କର୍ମଚାରୀମାନେ ନିଜର ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ଦୌଡ଼ି ପଳାଇଥିବା ବେଳେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ପରିସରରେ ଥିବା ଗୋଶାଳାରେ ୨୫ଟି ଗାଈ ଫସି ରହିଥିଲେ । ଏନେଇ ଖବରପାଇ ବଦଲାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ଗାଈମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେପଟେ ଘଟଣାସ୍ଥଳରେ ଦମକଳବାହିନୀର ୨୦ଟି ଗାଡ଼ି ପହଞ୍ଚି ନିଆଁକୁ ନିଆଁକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ନିଆଁ କିପରି ଲାଗିଛି ଏନେଇ ସୂଚନା ନ ଥିବା ବେଳେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ । ଫ୍ୟାକ୍ଟ୍ରିରେ କେଉଁ ପ୍ରକାର କେମିକାଲ ଥିଲା ଏନେଇ କୌଣସି ସୂଚନା ନାହିଁ। ପ୍ରାଥମ୍ଭିକ ତଦନ୍ତରୁ ପୋଲିସ ଅନୁମାନ କରୁଛି ଏ ସର୍ଟ ସର୍କିଟ ଯୋଗୁଁ କିମ୍ବା ଅନ୍ୟ କୌଣସି ନିଆଁ ଲାଗିଥାଇପାରେ ।