କନ୍ଧମାଳ,୩୧।୫ : ପିଲାସାଲୁଙ୍କି ଡ଼୍ୟାମରେ ଗାଧୋଇବା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଫୁଲବାଣୀ ପିଅନ ପଡାର ବାସିନ୍ଦା ସିତାଂଶୁ ଶେଖର ନାୟକ। । ଗୁରୁତର ଯୁବକ ଜଣକ ହେଲେ ଆଦିତ୍ୟ ପାତ୍ର ।
ସିତାଂଶୁ ଏବଂ ଆଦିତ୍ୟ ଏବଂ ତାଙ୍କର ଅନ୍ୟ ଚାରିଜଣ ସାଙ୍ଗଙ୍କ ସହ ପିଲାସାଲୁଙ୍କି ଡ଼୍ୟାମକୁ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଅସାବଧାନତା ବସତ ସିତାଂଶୁ ଏବଂ ଆଦିତ୍ୟ ପାଣିରେ ବୁଡି ଯାଇଥିଲେ । ଖବରପାଇ ଫୁଲବାଣୀ ଏବଂ ଖଜୁରୀପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସିତାଂଶୁଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ଗୁରୁତର ଥିବା ଆଦିତ୍ୟ ଚିକିତ୍ସା ଚାଲିଛି ।
ଆହୁରି ପଢନ୍ତୁ : କୁଆପଥର ବର୍ଷା ସହ ବଜ୍ରପାତ ସମ୍ଭାବନା, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ