ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପୁରୁଷ ଜୁନିୟର ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ ହରାଇଲା ଭାରତ, ସେମି ଫାଇନାଲ୍‌ ମାଲେସିଆକୁ ଭେଟିବ

Published By : Prameya | December 2, 2024 10:12 AM

ମସ୍କଟ,୨/୧୨: ପୁରୁଷ ଜୁନିୟର ଏସିଆ କପ୍‌ ହକିରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ  ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୩  ତାରିଖରେ ଖେଳାଯିବାକୁ ଥିବା ସେମି ଫାଇନାଲରେ  ମାଲେସିଆକୁ ଭେଟିବ । ସେମିତି ଦ୍ୱିତୀୟ ସେମି  ପାକିସ୍ତାନ ଓ ଜାପାନ ମଧ୍ୟରେ ଖେଳାଯିବ । 

ପୁଲ ଏ’ରେ ରବିବାର ଅନ୍ତିମ ମ୍ୟାଚ୍‌ରେ ଭାରତ ୮-୧  ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା ।  ୪ଟି ମ୍ୟାଚ୍‌ରେ ଅପରାଜେୟ ରହି ମୋଟ୍‌ ୧୨ ପଏଣ୍ଟ  ସହ ଦଳ ପୁଲ ଟପ୍ପର ହୋଇଥିଲା । ସେମିତି ଜାପାନ ୯  ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲକୁ ଉନ୍ନୀତ ହୋଇଛି । ସେମିତି ପୁଲ୍‌ ବି’ରେ ପାକିସ୍ତାନ  ୧୨ ପଏଣ୍ଟ ସହ ଟପ୍ପର ଏବଂ ମାଲେସିଆ ୭ ପଏଣ୍ଟ  ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଏହି ୪ଟି  ଯାକ ଦଳ ୨୦୨୫ ଜୁନିୟର ବିଶ୍ୱକପ୍‌କୁ ଯୋଗ୍ୟତା  ହାସଲ କରିଛନ୍ତି । 

ଭାରତ- ଦକ୍ଷିଣ କୋରିଆ ମ୍ୟାଚ୍‌ ଏକତରଫା  ଥିଲା । ଅର୍ଶଦୀପ ସିଂ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ଦଳକୁ  ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ସେ ୯, ୪୪, ୬୦ ମିନିଟରେ ଗୋଲ୍‌ ସ୍କୋର  କରିଥିଲେ । ସେହିପରି ଅରଇଜିତ ହୁଣ୍ଡାଲ ୩ ଓ  ୩୭ ମିନିଟରେ, ଗୁରଜୋତ ସିଂ ୧୧ ମିନିଟରେ,  ରୋଶନ କୁଜୁର ୨୭ ମିନିଟରେ ଏବଂ ୩୦  ମିନିଟରେ ରୋହିତ ଗୋଲ୍‌ ସ୍କୋର କରିଥିଲେ ।  

ଦକ୍ଷିଣ କୋରିଆ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ଗୋଲ୍‌  ପରିଶୋଧ କରିଥିଲା । ୧୮ ମିନିଟରେ କିମ୍‌ ତାଏ  ହାଏନ ଏହି ଗୋଲ୍‌ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଦଳ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ  ନଥିଲା । ଭାରତ ଶେଷରେ ୮-୧ ଗୋଲରେ ଅଗ୍ରଣୀ  ସହ ମ୍ୟାଚ୍‌ ଜିତି ନେଇଥିଲା । 

ପୂର୍ବରୁ ଭାରତ ୧୬-୦ରେ ଚାଇନିଜ  ତାଇପେଇକୁ, ୩-୨ରେ ଜାପାନକୁ ଏବଂ ୧୧-୦ରେ  ଥାଇଲାଣ୍ଡକୁ ପରାଜିତ କରିଥିଲା । ଅର୍ଶଦୀପ ଏ ପର୍ଯ୍ୟନ୍ତ  ଟୁର୍ଣ୍ଣାମେଣ୍ଟରେ ୭ଟି ଗୋଲ୍‌ ସ୍କୋର କରିବାରେ ସଫଳ  ହୋଇଛନ୍ତି । ସେମିତି ଅରଇଜିତ ୬ଟି ଗୋଲ୍‌ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.