ଭୁବନେଶ୍ଵର, ୧୦/୦୪ : ମେଟ୍ରୋ ପ୍ରକଳ୍ପକୁ ନେଇ ସ୍ପଷ୍ଟୀକରଣ ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି। ଭୁବନେଶ୍ଵର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ଅଫିସ ଚାଲୁ ରହିଛି। ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି। ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ପୂର୍ବ ସରକାର ଗ୍ରାଉଣ୍ଡ ସ୍ଥିତି ନପରଖି ମେଟ୍ରୋ ପ୍ରକଳ୍ପ ଘୋଷଣା କରିଥିଲେ। ଏମିତିକି କେନ୍ଦ୍ରୀୟ ସହଯୋଗ ନେଇନଥିଲେ। ଏବେ ଯାହାବି ହେବ କେନ୍ଦ୍ରୀୟ ସହାୟତା ନେଇ କରାଯିବ। ତେବେ ଆଗକୁ ପ୍ରକଳ୍ପ ଜାରି ରହିବ ନା ବନ୍ଦ ହେବ ସେନେଇ ମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି।

ଏହି ଖବରଟିକୁ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି, ମେଟ୍ରୋ ପ୍ରକଳ୍ପ ପୁନଃବିଚାର କରିବାକୁ ଅନୁରୋଧ