କାଶୀପୁର,୮।୩ : କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଶନିବାର ମିନି ମାରାଥନ କରାଯାଇଛି ।ବନାଗ୍ନିଦାଉରୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷାରେ ସଚେତନତାସୃଷ୍ଟି ନେଇ  ଏହି ମାରାଥନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସହିତ ବିଭିନ୍ନ ବିଦ୍ୟାଳୟରବିଦ୍ୟାର୍ଥୀ, କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।ଦଶ କିଲୋମିଟର ବାଟ ଗଣ ଦୌଡ଼ କରାଯାଇଛି ।ଗଣ ଦୌଡ଼ଟିକିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି  ଥୁଟିବର ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ଦୂରକୁ ଯାଇ ଫେରି ଆସିଥିଲା ।

ଜନ ସାଧାରଣଙ୍କ ସହଯୋଗରେ ଚଳିତ ବର୍ଷ ବନାଗ୍ନିକୁ ରୋକିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ଜଙ୍ଗଲରେନିଆଁ ଲାଗିବା ଦ୍ଵାରା ବାୟୁ ମଣ୍ଡଳରେ କୁ ପ୍ରଭାବପଡିବା ସହ ଜୀବ ଜନ୍ତୁ, ବିଭିନ୍ନ ପ୍ରକାରବୃକ୍ଷଲତା ରେ ପୂର୍ଣ୍ଣ ମୂଲ୍ୟବାନ ଜଙ୍ଗଲ ପୋଡ଼ି ନଷ୍ଟ ହୋଇ ଯାଉଛି ।ଏଣୁ ଜଙ୍ଗଲ ରେ ନିଆଁ ଲାଗି ଥିବାରଦେଖିବା ମାତ୍ରେ ତୁରନ୍ତ ବନ ବିଭାଗ କୁ ଖବର ଦେବାସହନିଜେ ନିଆଁ ଲିଭାଇବା ପାଇଁ ପ୍ରୟାସ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇ ଥିଲା । ଟିକିରି ବନାଞ୍ଚଳଅଧିକାରୀ ଅନୀଲ କୁମାର ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ମିନି ମାରାଥନ ଆୟୋଜିତ  ହୋଇଥିଲା।  ଟିକିରି ବନ ପାଳ ଡମ୍ବୁରୁ ଧର ସେନାପତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଲେଲି ଗୁମା ଫରେଷ୍ଟର ଏରକେନଶବର ସହିତ ବନ ରକ୍ଷୀ ଖଗେଶ୍ୱର ମାଝୀ,  ସବିତା କୁଡ଼ରୁକା ,ମେନକା ନାଏକ, ଦୀପ୍ତି ବର୍ଦ୍ଧନ ସହିତ ସ୍ୱେଚ୍ଛାସେବୀ ସୁରେନ୍ଦ୍ର ମାଝୀ ଦେବେନ୍ଦ୍ର ଆଶାଡ଼ା ଏବଂ ଆଣ୍ଟି ସ୍ମଗଲିଙ୍ଗ ସ୍କୁୱାର୍ଡ଼ ଏବଂ ଅନ୍ୟମାନେ ସହଯୋଗ କରିଥିଲେ  ।