ଭୁବନେଶ୍ୱର, ୦୨/୦୩: ୨୦୨୫ରେ ଓଡ଼ିଶାରେ ମୋବାଇଲ ଫୋନ ୟୁଜରଙ୍କଠାରୁ ପ୍ରାୟ ୮,୭୨୯ କୋଟି ଟଙ୍କା ଆୟ କରିଛନ୍ତି ଟେଲିକମ୍ କମ୍ପାନି । ଟେଲିକମ୍ ନିୟାମକ ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ହାରାହାରି ଭାବେ ଓଡ଼ିଶାବାସୀ ମୋବାଇଲ ସେବାରେ ଦିନକୁ ପ୍ରାୟ ୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଅର୍ଥାତ୍ ପ୍ରତି ଘଣ୍ଟାକୁ ସେମାନେ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
୨୦୨୫ ବର୍ଷ ପାଇଁ ଜିଓ ଓଡ଼ିଶାରୁ ସର୍ବାଧିକ ୪୪୭୦ କୋଟି ଟଙ୍କାର ରାଜସ୍ୱ ଆୟ କରିଛି । ଏହା ପଛକୁ ଏୟାର୍ଟେଲ ୩,୨୬୯ କୋଟି, ବିଏସ୍ଏନ୍ଏଲ୍ ୭୬୦ କୋଟି, ଭୋଡାଫୋନ ଆଇଡିଆ ୨୧୨ କୋଟି ଏବଂ ଟାଟା ଟେଲି ସର୍ଭିସେସ୍ ୧୮ କୋଟି ଟଙ୍କାର ରାଜସ୍ୱ ଆୟ କରିଛି । ରାଜସ୍ୱ ବଜାର ଅଂଶ ଭାବେ ଜିଓର ସର୍ବାଧିକ ୫୨.୩୨% ଅଂଶ ରହିଥିବାବେଳେ ଏୟାରଟେଲ୍ ୩୭.୩୮%, ବିଏସ୍ଏନ୍ଏଲ୍ର ୭.୬୦% ଏବଂ ଭୋଡାଫୋନ୍ ଆଇଡିଆର ୨.୪୮% ବଜାର ଅଂଶ ରହିଛି ।
ଅଧିକ ପଢ଼ନ୍ତୁ:- ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ୧୨ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ପେଟ୍ରୋଲ, ଡିଜେଲ, ୧.୯ଲକ୍ଷ ଟଙ୍କା ଛୁଇଁପାରେ ସୁନା
ଟାଟା ଟେଲିସର୍ଭିସେସ୍ର ବଜାର ଅଂଶ ରହିଛି ୦.୨% । ୨୦୨୫ ଡିସେମ୍ବର ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୩,୭୨,୬୨,୨୯୮ରେ ପହଞ୍ଚିଛି । ଜିଓର ଉପଭୋକ୍ତା ସଂଖ୍ୟା ୧,୭୨,୫୪,୧୩୮ ରହିଥିବାବେଳେ ଏୟାର୍ଟେଲ୍ର ୧,୨୯,୯୯,୮୧୯, ବିଏସ୍ଏନ୍ଏଲ୍ର ୫୫,୧୮,୩୫୪ ଏବଂ ଭୋଡାଫୋନ ଆଇଡିଆର ୧୪,୮୯,୯୮୭ ୟୁଜର ରହିଛନ୍ତି ।