ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିପାରନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମହସିନ୍ ନକଭି । ଆଇସିସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପାଇଁ ଭାରତ ଆସିପାରନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିବାବେଳେ ଏଯାବତ ସ୍ପଷ୍ଠ ହୋଇନାହିଁ । ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାବେଳେ ଏ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କୌଣସି ସୂଚନା ପ୍ରଦାନ କରିନାହାନ୍ତି । ଅହମ୍ମଦାବାଦରେ ଆଇସିସି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ବହୁ ବୋର୍ଡ ଯୋଗଦେବେ ।

କହି ରଖୁଛୁ କି, ଏସୀଆ କପ ଟ୍ରଫି ଦେବା ସମୟରେ ନକଭି କପ୍ ନେଇ ପଳାଇଥିଲେ । ଭାରତ ବିଜୟୀ ହୋଇଥିବାବେଳେ ତାଙ୍କ ହାତରୁ ଟ୍ରଫି ନେବାକୁ ମନା କରିଥିଲା । ମାତ୍ର ସେ କପ୍ ଦେବା ବଦଳରେ ହୋଟେଲକୁ ନେଇ ପଳାଇଥିଲେ । ଏହାସହ ପଦକ ମଧ୍ୟ ଦେବାକୁ ମନା କରିଥିଲେ । ଯାହାକୁ ନେଇ ବିସିସିଆଇ ପକ୍ଷରୁ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଥିଲା । ବିନା ଟ୍ରଫିରେ ଉତ୍ସବ ମନାଇଥିଲା ଟିମ୍ ଇଣ୍ଡିଆ । ଯାହାକୁ ନେଇ ନକଭିଙ୍କୁ ଭାରତୀୟ ଫ୍ୟାନ୍ସମାନେ ଟ୍ରୋଲ ମଧ୍ୟ କରିଥିଲେ । ଦୀର୍ଘଦିନ ପରେ ମଧ୍ୟ ଏହି ବିବାଦର ସମାଧାନ ହୋଇନାହିଁ ।

ସେପଟେ ଭାରତ-ପାକିସ୍ତାନ ମଧ୍ୟରେ ୨୦୦୮ ମସିହା ପରଠାରୁ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉନାହିଁ । ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ବନ୍ଦ ରହିଛି । ଉଭୟ ପଡ଼ୋଶୀ ଦେଶ ମଧ୍ୟରେ କେବଳ ଆଇସିସିର ଟୁର୍ଣ୍ଣାମେଣ୍ଟ ଏବଂ ଏସୀଆ କପରେ ଭେଟାଭେଟି ହେଉଛନ୍ତି । ଯେଉଁଥିରେ ଭାରତର ବିଜୟ ହାର ଅଧିକ ରହିଛି । ଲଗାତାର ଭାବେ ପାକିସ୍ତାନ ପରାଜୟ ବରଣ କରି ଆସୁଛି ।

ଏହାସହ ପଢ଼ନ୍ତୁ : ଇନଷ୍ଟା ଫ୍ରେଣ୍ଡଙ୍କ ସହ ଝଗଡ଼ାରୁ ବ୍ରିଜ ତଳକୁ ଡେଇଁଲେ ଯୁବତୀ