ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି , ପାନୀୟ ଜଳ ସମସ୍ୟା ନେଇ ସର୍ବାଧିକ ଅଭିଯୋଗ

Published By : Suraj Kumar | February 17, 2025 7:17 PM

ଦାରିଙ୍ଗବାଡି,୧୭/୨(ଆପ୍ର): ଦାରିଙ୍ଗବାଡିରେ ସୋମବାର ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି  । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ  ଓ ଏସପି   ହରିଶ୍ ବି.ସି ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ବ୍ୟକ୍ତିଗତ ଭାବେ ୭୯ ଓ ସାମୁହିକ ଭାବେ ୬୯ ଟି ଅଭିଯୋଗ ହୋଇଥିଲା । ଚଳିତ ଅଭିଯୋଗ ଶୁଣାଣି ରେ ସର୍ବାଧିକ ୧୪୮ ଟି ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ । ସେଥି ମଧ୍ୟରୁ ଅନେକ ଅଭିଯୋଗ ପୂର୍ବ ଅଭିଯୋଗ ଶୁଣାଣୀ ଗୁଡ଼ିକରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏହାର ସମାଧାନ ହୋଇନଥିବା ଲୋକେ ଅଭିଯୋଗ କରିଥିଲେ । ଅନେକ ଅଭିଯୋଗ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।

 ଆଗକୁ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବର୍ତ୍ତମାନ ଠାରୁ ପାନୀୟ ଜଳ ସମସ୍ୟା ଦେଖା ଦେଲାଣି । ପାନୀୟ ଜଳ ସମସ୍ୟା ଦାରିଙ୍ଗବାଡି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ରହିଥିବା ବେଳେ ପ୍ଲିହେରୀ, ସିଆଙ୍ଗବାଲି, ବାଡ଼ାବାଙ୍ଗା ଆଦି ପଞ୍ଚାୟତ ମଧ୍ୟ ରହିଛି । କୌଣସି ପ୍ରକାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ ଓ ସମିତିସଭ୍ୟ ଅରୁଣ ଗୌଡ଼ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ସୀମନବାଡ଼ି ଠାରୁ ସିକନବାଡ଼ି ପୂର୍ତ୍ତ ବିଭାଗ ରାସ୍ତା ବହୁ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ି ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରାଯାଉ ନାହିଁ । ଫଳରେ ରାସ୍ତା ସାରା ଗୁଡ଼ି ମେଟାଲ ବାହାରି ରହିବା ସହ ଗାଡ଼ି ଯାତାୟତ କଲେ  ଧୂଳି ଉଡୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବାଡ଼ାବାଙ୍ଗା ଗ୍ରାମବାସୀ ବହୁ ବର୍ଷ ଧରି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ତାହାରି ସମାଧାନ ହେଉ ନାହିଁ । ଏଣୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପୁଣି ଜିଲ୍ଲାପାଳ ଙ୍କ ନିକଟ ରେ ଦାବି କରିଛନ୍ତି । ସେହିପରି ଅନେକ ଅଞ୍ଚଳରେ ନେଟୱର୍କ ସେବା ଉପଲବ୍ଧ ନଥିବା ବେଳେ ନେଟୱର୍କ ସେବା ଉପଲବ୍ଧ କରିବା,ଷ୍ଟାଣ୍ଡ ହୋଇ ରହିଥିବା ନେଟୱର୍କ ଚାର୍ଜ କରିବା, ବାଧାପ୍ରାପ୍ତ ଥିବା  ନେଟୱର୍କ ସେବା ପୁଣି ଥରେ ଚାଲୁ କରିବା ପାଇଁ ଲୋକେ ଦାବି କରିଥିଲେ । ଏଥି ରହିତ ନୂତନ ରାସ୍ତା ନିର୍ମାଣ, ଭତ୍ତା, ରାସନ୍ କାର୍ଡ, ଆବାସ ଯୋଜନାରେ ସାମିଲ, ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ ଭଳି ଅନେକ ଅଭିଯୋଗ ଆସିଥିଲା । ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ନୂତନ ଭତ୍ତା ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଭୂଲେଖ ରେକର୍ଡ ଭୁକ୍ତ  ୪୨ ଜଣଙ୍କୁ ଜଙ୍ଗଲଜମି ପଟ୍ଟା ଓ ଦାରିଙ୍ଗବାଡି ଅଞ୍ଚଳର ୨୦ ଜଣଙ୍କୁ ବସୁନ୍ଧରା ଯୋଜନାରେ ୧୬ ଆର ଘରବାରି ପଟ୍ଟା ବଣ୍ଟନ କରିଥିଲେ । ଅଭିଯୋଗ ଶୁଣାଣୀରେ ଉପ ଜିଲ୍ଲାପାଳ ଡା. ରୀନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.