କେନ୍ଦ୍ରାପଡ଼ା, ୧୨/୯ : ସହି ପାରିଲାନି ପୁଅର ମୃତ୍ୟୁ। ଆଖି ଆଗରେ ମୃତ ନବଜାତ ଶିଶୁପୁତ୍ରକୁ ଦେଖି ଚାଲିଗଲା ମା' ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛେଲା ପଲ୍ଲୀଗଡ଼ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମା' ଓ ନବଜାତ ଶିଶୁର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

ସୂଚନାନୁଯାୟୀ, ମହାକାଳପଡ଼ା ବ୍ଲକ୍ ପେଟଛେଲା ପଲ୍ଲୀଗଡ଼ ଗାଁର କାଳିଆ ସେନାପତିଙ୍କ ସ୍ତ୍ରୀ ଯମୁନା ସେନାପତି (୩୮ ବର୍ଷ) ଆସନ୍ନ ପ୍ରସବା ଥିଲେ।  ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଚେତା ଫେରିବା ପରେ ଜନ୍ମ କଲା ସନ୍ତାନକୁ ମୃତ ଅବସ୍ଥାରେ ଦେଖି ଧୈର୍ଯ୍ୟ ଧରି ରହିପାରି ନଥିଲେ। ହୃଦଘାତରେ ସେଇଠି ଟଳି ପଡ଼ିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମା' ଓ ନବଜାତ ଶିଶୁର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।