ନୂଆଦିଲ୍ଲୀ, ୧୨/୦୨ : ଜିରୋ ସାଇଜ୍ ଫିଗର୍, ହରିଣୀ ଭଳି ଆଖି। ଗୋଲାପ ପରି ଓଠ... ଝିଅ ନୁହେଁ ତ ଅପ୍ସରା। ଗୋଟିଏ ଚାଉଳରେ ଗଢା। ଏହି ଯୁବତୀଙ୍କୁ ଦେଖିଲେ ଖୁଣି ପାରିବେନି କେହି। ନାଁ ତାଙ୍କର ମୋୟା। ଚୀନର ସାଙ୍ଘାଇରେ ତିଆରି ହୋଇଥିବା ଏକ ଡିଜିଟାଲ୍ ଝିଅ ବା ଏଆଇ । ଏକ ଚାଲୁଥିବା-ବୁଲୁଥିବା ରୋବୋଟ୍। ମୋୟାଙ୍କୁ ସ୍ପର୍ଶ କଲେ ଅବିକଳ ମଣିଷ ଭଳି ଅନୁଭବ ହେବ। ଆପଣାପଣ ମିଳିବ।
ମେସିନ୍ ସହ ଏବେ ଭାବପ୍ରବଣ ସମ୍ପର୍କ ଗଠନ ଦିଗରେ ଅଗ୍ରସର ହେଉଛି ମଣିଷ। ମୋୟା ରୋବୋଟ୍ ହେଉଛି ଏହାର ଉଦାହରଣ। ଏହି ରୋବୋଟ୍ ସ୍ଵତନ୍ତ୍ର ଟେକନିକ୍ ସାହାଯ୍ୟରେ ତିଆରି କରାଯାଇଛି । ମୋୟା ଭିତରେ କ୍ୟାମେରା ଏବଂ ସେନ୍ସର ଫିଟିଂ ହୋଇଛି । ରୋବୋଟ୍ ମୁମେଣ୍ଟ କ୍ୟାପଚର କରି ଆଖି, ଚେହେରା ଏବଂ ଶରୀରରେ ହଲଚଲ କରୁଛି। ସାମ୍ନା ଲୋକ ସହ ମୋୟା ଆଇ କଣ୍ଟାକ୍ଟ କରି କଥା ହୋଇପାରୁଛି। ବାହାରୁ ଦେଖିଲେ ଏହା ଅବିକଳ ମଣିଷ ଭଳି ଜଣାପଡ଼ୁଛି । ହେଲେ ପ୍ରକୃତରେ ରୋବୋଟ୍ କିଛି ଅନୁଭବ କରିପାରେ ନାହିଁ। ଏହା ଡାଟା ଆଧାରରେ ରିଆକ୍ଟ କରୁଛି।
ଟେକ୍ ଲେବୁଲରେ ଦେଖିଲେ ମୋୟା ଭାବନାତ୍ମକ ଚିନ୍ତାଧାରା ଠାରୁ ଢେର୍ ଦୂରରେ । ଏହି ରୋବୋଟ୍ ବେଳ ଚେହେରାର ହାବଭାବ ଏବଂ ସ୍ଵର ଚିହ୍ନି ପାରିବ। ହେଲେ ମଣିଷର ଇମୋସନ୍ ବୁଝିବା ଠାରୁ ମୋୟା ଢେର୍ ଦୂରରେ। ମୋୟା ଭଳି ହ୍ୟୁମାନଏଡ୍ ରୋବୋଟ୍ ଖୁବ୍ ମହଙ୍ଗା। ଏଭଳି ରୋବୋଟ୍ ତିଆରି କରିବାକୁ ସ୍ଵତନ୍ତ୍ର ହାର୍ଡଓୟାର, ସେନ୍ସର ଏବଂ ଏଆଇ ସିଷ୍ଟମ ପାଇଁ ଅଧିକ ଖର୍ଚ୍ଚ ହୁଏ। ତେଣୁ ମୋୟା ଭଳି ରୋବୋଟ୍ ଙ୍କ ସଂଖ୍ୟା ଏବେ ଖୁବ୍ କମ୍।
ମେସିନ୍ ଏବେ ମଣିଷଙ୍କ ଦୁନିଆରେ ଏଣ୍ଟ୍ରି କରୁଛନ୍ତି। ହେଲେ ମୋୟା ଭଳି ରୋବୋଟ୍ ସାଧାରଣ ଲୋକଙ୍କ ଘରେ ଦେଖିବା ଏବେ ଅସମ୍ଭବ। ଏଭଳି ହ୍ୟୁମାନଏଡ୍ ରୋବୋଟ୍ସ ମହଙ୍ଗା ହୋଇଥିବାରୁ ଏବେ ରିସର୍ଚ୍ଚ, ହସ୍ପିଟାଲ କିମ୍ଵା ଖାସ୍ ସର୍ଭିସ୍ ସେକ୍ଟରରେ ନିୟୋଜିତ ଅଛନ୍ତି। ଟେକ୍ ଧୀରେ ଧୀରେ ଶସ୍ତା ହେଲେ ଏଭଳି ରୋବୋଟ୍ ସାଧାରଣ ଲୋକଙ୍କୁ ମଧ୍ୟ ସେବା ଯୋଗାଇବ।
ଏହି ଖବରଟିକୁ ପଢନ୍ତୁ- ଭାରତୀୟ ମହାରାଜାଙ୍କ ୧୩୦ ବର୍ଷ ତଳର ମେନ୍ୟୁ, ଲକ୍ଷ୍ମୀ ବିଳାସ ପ୍ୟାଲେସ୍ରେ ଆୟୋଜିତ ହୋଇଥିଲା ଭୋଜି