ଭୁବନେଶ୍ୱର,୧୦/୧୦: ‘ବାର୍ଷିକ ଟେରାକୋଟା ପ୍ରଦର୍ଶନୀ -ମୃତ୍ତିକା ୨୦୨୫’ ଆସନ୍ତା ୧୩ତାରିଖରୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି । ଯାହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ଦୀପାବଳି ପୂର୍ବରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାରିଗର ମାନେ ମାଟି ତିଆରି ବିଭିନ୍ନ ଦୀପଠାରୁ ଆରମ୍ଭ କରି ମାଟିର ଘର ସାଜସଜ୍ଜା ସାମଗ୍ରୀ ଗୁଡ଼ିକ ବିକ୍ରି କରିଥାନ୍ତି ।
ଏହି ମୃତ୍ତିକା ପ୍ରଦର୍ଶନୀରେ ଟେରାକୋଟା କାରିଗର, ଏସ୍ଏଚ୍ଜି ଗ୍ରୁପ, ପିଜିଏସ୍ ଗ୍ରୁପ ଯୋଗଦେବେ । ଏଥିରେ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପ୍ୟାକେଜିଂ ପାଇଁ ବ୍ୟବହାର କରି ହେବ ବୋଲି ହସ୍ତଶିଳ୍ପ ବିଭାଗ ତରଫରୁ ଅନୁମତି ମିଳିଛି । ହାତ ତିଆରି ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ବ୍ରିକି କରାଯିବ ନାହିଁ । ସକାଳ ୧୧ଟାରୁ ରାତି ୯ଟା ଯାଏ ପ୍ରଦର୍ଶନୀ ଗ୍ରାହକଙ୍କ ଲାଗି ଖୋଲା ରହିବ । ଖୋର୍ଦ୍ଧା ଜିଲ୍ଲାର ୧୮ଟି ଗ୍ରୁପ ସାମିଲ ହୋଇଥିବା ବେଳେ ପାଖାପାଖି ୫୦୦ରୁ ଅଧିକ ଗ୍ରୁପ ନିଜ ହାତ ତିଆରି ସମାଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ଦେବଗଡ଼, କନ୍ଧମାଳ ଓ ଗଜପତି ଜିଲ୍ଲା ଏଥିରୁ ବାଦ୍ ପଡ଼ିଛି ।