ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

IPL 2025: ରିକଲଟନ୍‌ ଓ ରୋହିତଙ୍କ ଦମଦାର ଅର୍ଦ୍ଧଶତକ, ରାଜସ୍ଥାନ ଆଗରେ ୨୧୮ ରନ ଟାର୍ଗେଟ

Published By : Tapas Panda | May 1, 2025 9:33 PM

Image Courtesy: indiatv

ଜୟପୁର: ରୋହିତ ଓ ରିକଲଟନଙ୍କ ପରେ ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ଯାଦବ । ମୁମ୍ବାଇ ଇଣ୍ଡିଆନ୍ସର ଧୂଆଁଧାର ବ୍ୟାଟିଂ । ପ୍ରଥମେ ରିୟାନ ରିକେଲଟନ୍‌ ୩୮ ବଲ୍‌ରେ ୬୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ କରିଥିଲେ । ରୋହିତ ୩୬ ବଲ୍‌ରେ ୫୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଯୋଡ଼ି କମାଲ ପ୍ରଦର୍ଶନ କରିଥିଲା । ହାର୍ଦ୍ଦିକ (୪୮) ଏବଂ ସୂର୍ଯ୍ୟକୁମାର (୪୮) ଅପରାଜିତ ଥିଲେ ।  ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ୍‌ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୨୧୭ ରନ୍‌ କରିଛି । ଏହା ସହ ରାଜସ୍ଥାନକୁ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ । ସେପଟେ ରାଜସ୍ଥାନ ଟିମ୍‌ର ମହିଷ ତୀକ୍ଷଣା ଏବଂ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । 

ଆଇପିଏଲ ୨୦୨୫ର ୫୦ତମ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପାଇଁ ପ୍ଲେଅଫରେ ପହଞ୍ଚିବା ପାଇଁ ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ସେ ଆଜିର ମ୍ୟାଚ୍ ଜିତିଯାଏ, ତେବେ ତାଙ୍କର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହି ବ। ସେଠାରେ ହାରିବା ପରେ ରାଜସ୍ଥାନର ପ୍ଲେଅଫ୍‌ ଯାତ୍ରା ଶେଷ ହୋଇଯିବ । ଅନ୍ୟପକ୍ଷରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.