ଜୟପୁର: ରୋହିତ ଓ ରିକଲଟନଙ୍କ ପରେ ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ଯାଦବ । ମୁମ୍ବାଇ ଇଣ୍ଡିଆନ୍ସର ଧୂଆଁଧାର ବ୍ୟାଟିଂ । ପ୍ରଥମେ ରିୟାନ ରିକେଲଟନ୍‌ ୩୮ ବଲ୍‌ରେ ୬୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ କରିଥିଲେ । ରୋହିତ ୩୬ ବଲ୍‌ରେ ୫୩ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଯୋଡ଼ି କମାଲ ପ୍ରଦର୍ଶନ କରିଥିଲା । ହାର୍ଦ୍ଦିକ (୪୮) ଏବଂ ସୂର୍ଯ୍ୟକୁମାର (୪୮) ଅପରାଜିତ ଥିଲେ ।  ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ୍‌ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୨୧୭ ରନ୍‌ କରିଛି । ଏହା ସହ ରାଜସ୍ଥାନକୁ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ । ସେପଟେ ରାଜସ୍ଥାନ ଟିମ୍‌ର ମହିଷ ତୀକ୍ଷଣା ଏବଂ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । 

ଆଇପିଏଲ ୨୦୨୫ର ୫୦ତମ ମ୍ୟାଚ୍ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପାଇଁ ପ୍ଲେଅଫରେ ପହଞ୍ଚିବା ପାଇଁ ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ସେ ଆଜିର ମ୍ୟାଚ୍ ଜିତିଯାଏ, ତେବେ ତାଙ୍କର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହି ବ। ସେଠାରେ ହାରିବା ପରେ ରାଜସ୍ଥାନର ପ୍ଲେଅଫ୍‌ ଯାତ୍ରା ଶେଷ ହୋଇଯିବ । ଅନ୍ୟପକ୍ଷରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।