ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଦାଦାକୁ ସାବଳରେ ପିଟି ପିଟି ହତ୍ୟା କଲା ପୁତୁରା

Published By : Harapriya Sethi | October 31, 2024 2:33 PM

ମାଲକାନଗିରି, ୩୧/୧୦: ଜମି ବିବାଦ ଏବଂ ଭାଗ ବଣ୍ଟାକୁ ନେଇ ମହାଭାରତ । ସାବଳରେ ପିଟି ପିଟି ଦାଦା ଭୀମା ମାଡି ହତ୍ୟା କଲା ପୁତୁରା ଲାଛା ମାଡି । ଏହି ଘଟଣାରେ ଅଭିଯୁକ୍ତ ଲାଛା ମାଡିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନାର କତାବାଞ୍ଜିଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, ଦାଦା ପୁତୁରା ଭିତର ଜମି ଜମାକୁ ନେଇ ବହୁ ଦିନ ହେଲା ବିବାଦ ଲାଗି ରହିଥିଲା । ଏହାକୁ ନେଇ ପୁଣି ଥରେ ବୁଧବାର ରାତିରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଏତେ ଭୟଙ୍କର ଥିଲା ଯେ, ତାହା ହତ୍ୟାକାଣ୍ଡର ରୂପ ନେଇଥିଲା । ଗତ ବୁଧବାର ରାତିରେ ଦାଦା ଭୀମା ମାଡି ଜମି ଲାଡ଼ିରୁ ଫେରି ଘରେ ପହଞ୍ଚିବା ପରେ ପୁତୁରା ଲାଛା ମାଡ଼ି ତାଙ୍କୁ କହିଥିଲା, ସେ ଜମି କୁ ତୁମେ କାହିଁକି ଯାଇଥିଲ । ଏହାକୁ ନେଇ ଉଭୟ ଦୁଇ ଜଣଙ୍କ ଭିତରେ ଝଗଡା ହୋଇଥିଲା । ଖଗଡା ପରେ ପୁତୁରା ଲାଛା ମାଡି ରାଗି ଯାଇ ଘର କୋଣରେ ଥିବା ଏକ ଶାବଳ ଆଣି ଆକ୍ରମଣ କରି ଦାଦା ଭୀମା ମାଡିଙ୍କର ମୁଣ୍ଡକୁ ବାଡେଇ ଫଟେଇ ଦେଇ ଥିଲା । ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହୋଇ ସେଠାରେ ହିଁ ଭୀମା ମାଡ଼ିର ମୃତ୍ୟୁ ହୋଇଥିଲା । ଏହା ଦେଖି ଗ୍ରାମବାସୀ ଓ ଭୀମା ମାଡ଼ିଙ୍କ ସ୍ତ୍ରୀ ମୋଟୁ ଥାନାରେ ଏସମ୍ପର୍କରେ ଗୁରୁବାର ଦିନ ଅଭିଯୋଗ କରିବା ପରେ ମୋଟୁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଗୁରୁବାର ଦିନ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ଲଛା ମାଡ଼ିକୁ ଗିରଫ କରା ଯାଇଛି । ଗିରଫ ଲଛା ମାଡିକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବାର ମୋଟୁ ଥାନା ଅଧିକାରୀ ସୁନୀଲ ସୋରେନ ସୂଚନା ଦେଇଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.