ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଭୂକମ୍ପ ପରେ ବି କମୁନି ଦୁଃଖ, ସାହାଯ୍ୟ ବଦଳରେ ସେନା କରୁଛି ଏୟାରଷ୍ଟ୍ରାଇକ୍

Published By : Prameya | April 1, 2025 4:11 PM

ନୂଆଦିଲ୍ଲୀ,୧।୪: ଭୂକମ୍ପ ପ୍ରଭାବିତ ମିଆଁମାରବାସୀଙ୍କୁ ଡବଲ ଝଟକା। ବିନାଶକାରୀ ଭୂକମ୍ପ ପରେ ଏବେ ସେନାର ହମଲା ବଢାଇଲା ଦୁର୍ଦଶା। ସାହାଯ୍ୟ ବଦଳରେ ସେନା କରୁଛି ଆକ୍ରମଣ। ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ହେଉଛି ଘନ ଘନ ଏୟାରଷ୍ଟ୍ରାଇକ୍। ଏଥିରେ ୭ ଜଣଙ୍କର ଜୀବନ ଯାଇଛି। ଦେଶରେ ଗୃହଯୁଦ୍ଧ  ଲାଗି ରହିଥିବା ବେଳେ ସେନା ହାତରେ ରହିଛି ଶାସନ। ଭୂକମ୍ପ ପରେ ଏଭଳି ଆକ୍ରମଣ ସୃଷ୍ଟି କରିଛି ଭୟାବହ ସ୍ଥିତି।

ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମିଆଁମାର ପାଲଟିଛି ଧ୍ବଂସସ୍ତୁପ। ଗତ ଶୁକ୍ରବାର ୭.୭ ତୀବ୍ରତାରେ ଆସିଥିବା ଭୂକମ୍ପରେ ହୋଇଛି ପ୍ରବଳ କ୍ଷୟକ୍ଷତି।  ଏପର୍ଯ୍ୟନ୍ତ ୨୬୦୦ ଲୋକଙ୍କ ଜୀବନ ଯାଇସାରିଲାଣି। ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିପାରେ। ଏଭଳି ଖରାପ ସମୟରେ ସାହାଯ୍ୟ ବଦଳରେ ଭୂକମ୍ପ ପୀଡିତାଙ୍କ ପାଇଁ ବିପଦ ପାଲଟିଛି ସେନା। ସେନାର ଲଗାତାର ବୋମା ମାଡ଼ ଯୋଗୁଁ ରେସକ୍ୟୁ ଅପରେସନ୍ ବାଧାପ୍ରାପ୍ତ ହୋଇଛି। ମିଆଁମାରରେ ଏବେ ବି ହଜାର ହଜାର ଲୋକ ବିଲ୍ଡିଂ ତଳେ ଦବି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାରକାର୍ଯ୍ୟରେ ଏହା ଦ୍ବାରା ବାଧା ସୃଷ୍ଟି ହେଉଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ସେନାର ଆକ୍ରମଣ କାରଣରୁ ଉଦ୍ଧାରକାରୀ ଦଳର ଜୀବନ ପ୍ରତି ବିପଦ ରହିଛି। ବିମାନ ଆକ୍ରମଣରେ ବିଦ୍ରୋହୀଙ୍କ ସହ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରାଯାଉଛି। ଉତ୍ତର ଶାନ୍ ରାଜ୍ୟରେ ସକ୍ରିୟ ସଂଖ୍ୟାଲଘୁ ସଶସ୍ତ୍ର ଗୋଷ୍ଠୀ, ଦାନୁ ପିପୁଲ୍ସ ଲିବରେସନ୍ ଆର୍ମି କହିଛି ଭୂକମ୍ପର ତୁରନ୍ତ ପରେ ଏୟାରଷ୍ଟ୍ରାଇକ୍ ହୋଇଥିଲା। ନୋଗୋଚୋ ଟାଉନସିପ୍‌ରେ ୫ଟି ବିମାନ ଯୋଗେ ଆକ୍ରମଣ ହୋଇଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। 

ମିଆଁମାରରେ ବର୍ତ୍ତମାନ ସାମରିକ ଶାସନ ଜାରି ରହିଛି। ଯାହାକୁ ମିଆଁମାର ସେନା ବା ଜୁଣ୍ଟା ନିୟନ୍ତ୍ରିତ କରୁଛି। ୧ ଫେବୃଆରୀ ୨୦୨୧ ରେ ଦେଶରେ ହୋଇଥିଲା ଶାସନ ପରିବର୍ତ୍ତନ। ନୋବେଲ ଶାନ୍ତି ବିଜୟିନୀ ଆଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରଙ୍କଠାରୁ କ୍ଷମତା ଛଡାଇ ନେଇଥିଲା ସେନା। ଏବେ ଜେନେରାଲ ମିନ୍ ଆଙ୍ଗ ହ୍ବାଇଙ୍ଗ ସେନାର ଶାସନ ମୁଖ୍ୟ ଅଛନ୍ତି। ତେଣୁ ସେ ଦେଶର ନେୃତୃତ୍ବ କରୁଛନ୍ତି। ଦେଶରେ ଚାଲିଥିବା ଏହି ଗୃହଯୁଦ୍ଧ କାରଣରୁ ସେନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ରୋହୀମାନେ ସେନାର ବହୁ ଅଞ୍ଚଳକୁ ଦଖଲ କରିଛନ୍ତି।  ସ୍ଥଳଭାଗରେ ଆକ୍ରମଣ କାରଣରୁ ସେନାକୁ ପ୍ରବଳ କ୍ଷତିର ସାମନା କରିବାକୁ ପଡିଛି। କିନ୍ତୁ ଭୂକମ୍ପ ସମୟରେ ସାଧାରଣ ଲୋକଙ୍କୁ ସେନା ଟାର୍ଗେଟ କରିବା ଅନେକ ନିନ୍ଦା କରିଛନ୍ତି। ଜାତିସଂଘର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଟମ୍ ଆଣ୍ଡ୍ରିୟୁଜ ସାମରିକ ଅଭିଯାନକୁ ରୋକିବାକୁ କହିଛନ୍ତି। ସେ କହିଛନ୍ତି, ଏହା ସବୁଠାରୁ ଆଶ୍ଚର୍ଯ୍ୟର କଥା। ବିନାଶକାରୀ ଭୂମିକମ୍ପ ପରେ ବି ସେନା ନିଜର ହିଁ ଦେଶବାସୀଙ୍କ ଉପରେ ବୋମାମାଡ଼ କରୁଛି। ଏଭଳି କରି ଯୁଦ୍ଧ ଜିତିବାକୁ ସେନା ପୁରା ଚେଷ୍ଟା କରୁଛି। ତେଣୁ ତୁରନ୍ତ ଯୁଦ୍ଧବିରତି ଘୋଷଣା କରାଯାଉ ବୋଲି ଦାବି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.