ବାରଙ୍ଗ,୦୮/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳାଇ ସେମାନଙ୍କ ମୃତ୍ୟୁ ସଂଖ୍ୟା କମାଇବା ଏହି ଅଦଳବଦଳ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ । ସେହି ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣା ସ୍ଥିତ ଇନ୍ଦିରା ଗାନ୍ଧି ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିବେ । ଏହାର ପ୍ରତି ବଦଳରେ ୫ ପ୍ରଜାତିର ୧୫ ଜୀବଜନ୍ତୁ ନନ୍ଦନକାନନରୁ ଯାଇଛନ୍ତି ।

ଶନିବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧି ଚିଡ଼ିଆଖାନାର ଏକ ଟିମ ନନ୍ଦନକାନନରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାରାସିଙ୍ଗା, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚଉସିଂଙ୍ଗା, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ଗୁରାଣ୍ଡି, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଘଡ଼ିଆଳ କୁମ୍ଭୀର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଆସାମୀ ମାଙ୍କଡ଼ ନେଇ ଫେରିଛନ୍ତି । ଏହାର ପ୍ରତିବଦଳରେ ଆସନ୍ତା ୧୦ ତାରିଖ ମଧ୍ୟରେ ନନ୍ଦନକାନନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗ୍ ଟେଲ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିବେ ।

ଅଧିକ ପଢ଼ନ୍ତୁ :-  ଅନ୍ତର୍ଜାତୀୟ ମହିଳା ଦିବସରେ ଆସିବ ସୁଭଦ୍ରା ଚତୁର୍ଥ କିସ୍ତି, ପୁରୀ ତାଳବଣିଆରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ