ନୂଆଦିଲ୍ଲୀ,୩।୨: ନାସାର ପର୍ସେଭରେନ୍ସ ରୋଭର ମଙ୍ଗଳ ଗ୍ରହରେ ଏକ ପ୍ରାଚୀନ ସମୁଦ୍ର ତଟର ମଜବୁତ ପ୍ରମାଣ ପାଇଛି। ଏହି ସନ୍ଧାନରୁ ଏହା ଜଣାପଡିଛି ଯେ, ପ୍ରାୟ ୩.୫ ବିଲିୟନ ବର୍ଷ ପୂର୍ବରୁ ଜେଜେରୋ କ୍ରେଟରରେ ଏକ ବିଶାଳ ହ୍ରଦ ଥିଲା। ଏହି ସନ୍ଧାନ ମଙ୍ଗଳର ଅତୀତରେ ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ରହିବା ଯୋଗ୍ୟ ପରିବେଶର ସମ୍ଭାବନାକୁ ବଢାଉଛି। ରିସର୍ଚ୍ଚରେ ଏହା ମଧ୍ୟ ଜଣାପଡିଛି ଯେ, କେବେ ଏହି ଲାଲ୍ ଗ୍ରହର ପୃଷ୍ଠରେ ପାଣି ଥିଲା।
ଏହି ଗୁରୁତ୍ବପୂର୍ଣ୍ଣ ଅଧ୍ୟୟନ ଇମ୍ପରିୟଲ କଲେଜ ଲଣ୍ଡନର ନେତୃତ୍ବରେ ନିଆଯାଇଥିଲା। ଏହାଛଡା ଜର୍ଣ୍ଣାଲ ଅଫ୍ ଜିଓଫିଜିକାଲ ରିସର୍ଚ୍ଚ ପ୍ଲାନେଟରେ ନିକଟରେ ଏହା ପ୍ରକାଶିତ ହୋଇଛି। ରିସର୍ଚ୍ଚର ପର୍ସିଭରେନ୍ସ ରୋଭର ଜରିଆରେ କଏଦ କରାଯାଇଥିବା ହାଇ-ରିଜୋଲ୍ୟୁସନ୍ ଫଟୋର ବିଶ୍ଲେଷଣ କରିଥିଲେ। ଯେଉଁଥିରେ ମାର୍ଜିନ ୟୁନିଟ୍ ନାମକ କ୍ଷେତ୍ରରେ ଲହରରେ ତିଆରି ସମୁଦ୍ର ତଟର ସଙ୍କେତ ଓ ଭୂମିଗତ ପାଣିରୁ ବଦଳୁଥିବା ଚଟାଣ ମିଳିଛି। ମାର୍ଜିନ ୟୁନିଟ୍ ଜେଜେରୋ କ୍ରେଟରର ଆଭ୍ୟନ୍ତରୀଣ କୂଳରେ ରହିଛି। ଏଥିରୁ ଓଲିଭିନ୍ ଓ କାର୍ବେନେଟ୍ରେ ଭରପୁର ଗୋଲାକାର ବାଲିର ଦାନା ମିଳିଛି, ଯାହାକି ଲହରର କ୍ରିୟାରୁ ଘେରି ହୋଇଥିବାର ଲାଗୁଛି। ସ୍ଥାନୀୟ ଚଟାଣରେ କ୍ଷୟ ଦେଖିବାକୁ ମିଳିଛି,ଯାହାକି ଏକ ପ୍ରାଚୀନ ତଟ ରେଖା ବୋଲି ଜଣାପଡୁଛି।
ଷ୍ଟଡିର ମୁଖ୍ୟ ଲେଖକ ଓ ଇମ୍ପରିଅଲ୍ କଲେଜର ପିଏଚଡି ରିସର୍ଚ୍ଚର ଆଲେକ୍ସ ଜୋନ୍ସ କହିଛନ୍ତି, ସମୁଦ୍ର ତଟରେ ପୃଥିବୀରେ ରହିବା ଯୋଗ୍ୟଯୋଗ୍ୟ ପରିବେଶ ରହିଥାଏ। ସେଠାରେ ତିଆରି ହେଉଥିବା କାର୍ବେନେଟ୍ ଖଣିଜ ପ୍ରାଚୀନ ପରିବେଶର ସୂଚନାକୁ ସିଲ୍ କରି ସଂରକ୍ଷିତ କରି ପାରେ। ଏହା ଭବିଷ୍ୟତରେ ମଙ୍ଗଳ ଗ୍ରହର ଅତୀତର ସ୍ଥିତିକୁ ଭଲ ଭାବରେ ବୁଝିବାରେ ଆମକୁ ସାହାଯ୍ୟ କରିବ।