ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଗୋଟିଏ ଭୁଲ ଯୋଗୁଁ ଆମେରିକା ଯିବା ଉପରେ ଲାଗିପାରେ ସ୍ଥାୟୀ ପ୍ରତିବନ୍ଧକ; ଲୋକଙ୍କ ପାଇଁ ପରାମର୍ଶ ଜାରି

Published By : Soubhagya Ranjan | May 18, 2025 8:52 PM

Image source: Jagran

ନୂଆଦିଲ୍ଲୀ,୧୮/୦୫: ଆମେରିକା ଯିବାର ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏକ ପରାମର୍ଶ ଆସିଛି। ଏ‌ଥିରେ କୁହାଯାଇଛି ଯେ ଆପଣଙ୍କର କିଛି ଭୁଲ ଯୋଗୁଁ, ଆପଣଙ୍କ ଆମେରିକା ଯାତ୍ରା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲାଗିପାରେ। ଭାରତରେ ଥିବା ଆମେରିକୀୟ ଦୂତାବାସ ଏହି ସୂଚନା ଦେଇଛି। ନିକଟ ଅତୀତରେ, ଆମେରିକୀୟ ଦୂତାବାସ ପ୍ରାୟ ୩ଟି ପୋଷ୍ଟ ସେୟାର କରିଛି ଯେଉଁଥିରେ ଏପରି କିଛି ଚେତାବନୀ ଦିଆଯାଇଛି। ଆମେରିକା ଦୂତାବାସ ଏହାର ପୋଷ୍ଟରେ ଚେତାବନୀ ଦେଇଛି ଯେ ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ ସମୟ ପାଇଁ ଆମେରିକାରେ ରୁହନ୍ତି, ତେବେ ଆପଣଙ୍କୁ ଦେଶାନ୍ତର କରାଯିବ ଏବଂ ଆମେରିକାରେ ଆପଣଙ୍କ ପ୍ରବେଶ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯିବ।

ଟ୍ରମ୍ପଙ୍କ କାର୍ଯ୍ୟକାଳରେ କଠୋର ହୋଇଛି ନିୟମ:

ଉଲ୍ଲେଖଯୋଗ୍ୟ ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଆମେରିକାରେ ପ୍ରବାସନ ନିୟମକୁ ଅଧିକ କଠୋର କରାଯାଇଛି। ନୂତନ ନୀତି ଅନୁଯାୟୀ, ଯେଉଁମାନେ ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଛନ୍ତି ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ବ। ପୂର୍ବରୁ ମଧ୍ୟ, ଆମେରିକୀୟ ଦୂତାବାସ ଏକ ପୋଷ୍ଟ ସେୟାର କରି କହିଥିଲା ଯେ ସରକାର ଠକେଇ ବିରୋଧରେ ଲଢ଼ିବା ଏବଂ ଅବୈଧ ପ୍ରବାସନକୁ ବନ୍ଦ କରିବା ପାଇଁ ପ୍ରୟାସ କରୁଛି। ଏହା ଅଧୀନରେ, ଭିସା ଜାଲିଆତିରେ ଦୋଷୀ ଲୋକଙ୍କ ପାଇଁ ଆମେରିକା ଯାତ୍ରା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବା ପାଇଁ ଚେତାବନୀ ଦିଆଯାଇଥିଲା।

ତଥାପି, ଏହି ଚେତାବନୀ ଆମେରିକା କେବଳ ଭାରତୀୟଙ୍କ ପାଇଁ ଜାରି କରିନାହିଁ। ବରଂ ଏହି ସତର୍କତା ଆମେରିକା ଯାତ୍ରା କରୁଥିବା ପ୍ରତ୍ୟେକ ଦେଶର ନାଗରିକଙ୍କ ପାଇଁ ଉଦିଷ୍ଟ। କାର୍ଯ୍ୟ ଭିସା, ଛାତ୍ର ଭିସା ଏବଂ ପର୍ଯ୍ୟଟନ ଭିସାରେ ଯାତ୍ରା କରୁଥିବା ସମସ୍ତଙ୍କ ପାଇଁ ଏହି ଚେତାବନୀ ଜାରି କରାଯାଇଛି। ସୂଚନାଥାଉକି, ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଆପ୍ରବାସନ ନୀତି, ଶୁଳ୍କ ବୃଦ୍ଧି ଏବଂ ଏବେ ଭିସାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.