ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅପରେସନ୍ ସିନ୍ଦୁରରେ ନୂଆ ମୋର୍ଚ୍ଚା ଖୋଲିଲା ନୌସେନା; କରାଚୀ ବନ୍ଦରକୁ କଲା ଟାର୍ଗେଟ୍

Published By : Bijay Swain | May 9, 2025 3:52 AM

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅପରେସନ୍ ସିନ୍ଦୁରର ଏକ ନୂଆ ମୋର୍ଚ୍ଚା ଖୋଲି ପାକିସ୍ତାନର କରାଚୀରେ ଥିବା ବନ୍ଦରକୁ ଟାର୍ଗେଟ୍ କରିଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଅଭିଯାନ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ଜବାବ ସ୍ୱରୂପ ଆରମ୍ଭ ହୋଇଥିଲା। ତେବେ ୧୯୭୧ ପରେ ଭାରତୀୟ ନୌସେନା ପାକିସ୍ତାନ ସହ ସିଧାସଳଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। 

ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା କରାଚୀ ବନ୍ଦର ନିକଟସ୍ଥ ଅଞ୍ଚଳରେ ସକ୍ରିୟ ରହି ଆକ୍ରମଣ ଜାରି ରଖିଚି। ଯାହା ପାକିସ୍ତାନର ଅର୍ଥନୀତି ଓ ପ୍ରତିରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଗଣିତ ହୋଇଥାଏ। ଏକ୍ସରେ ପ୍ରକାଶିତ କିଛି ପୋଷ୍ଟରେ ଦାବି କରାଯାଇଛି ଯେ ଆଇଏନଏସ୍ ବିକ୍ରାନ୍ତ କରାଚୀ ଉପକୂଳରେ ଅପରେସନ୍ ଜାରି ରଖିଛି। ତେବେ ଏନେଇ ଏଯାଏ ଆଧିକାରିକ ସ୍ତରରେ ପୁଷ୍ଟି କରାଯାଇନାହିଁ। 

ଅପରେସନ୍ ସିନ୍ଦୁର ମଙ୍ଗଳବାର ମଧ୍ୟ ରାତିରେ ଆରମ୍ଭ ହୋଇଥିଲା। ଯେଉଁଥିରେ ଭାରତୀୟ ସେନା, ନୌସେନା ଓ ବାୟୁସେନା ମିଳିତ ଭାବେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏହି ଶିବିରଗୁଡ଼ିକ ଲସ୍କର-ଏ-ତୈବା ଓ ଜୈଶ-ଏ-ମହମ୍ମଦ ସଂଗଠନ ସହ ଜଡ଼ିତ ଥିଲା। ଏହା ସହିତ, ଅପରେସନ୍ ସିନ୍ଦୁର ୨.୦ ଅଧୀନରେ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦିଆ ଯାଇଥିଲା। 

ପାକିସ୍ତାନ ପକ୍ଷରୁ ବୁଧବାର ରାତିରେ ଭାରତର ୧୫ଟି ସହରରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣର ପ୍ରୟାସ କରାଯାଇଥିଲା। କିନ୍ତୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ବିଫଳ କରିଦେଇ ଥିଲା। କରାଚୀରେ ନୌସେନାର ନୂଆ ଅପରେସନ୍ ସମ୍ପର୍କରେ ସ୍ପଷ୍ଟ ବିବରଣୀ ମିଳିନଥିବା ବେଳେ, ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର KSE 100 ଷ୍ଟକ୍ ଇଣ୍ଡେକ୍ସ ୭.୨% ହ୍ରାସ ପାଇଛି। ଯାହା ପାକିସ୍ତାନରେ ଆଗକୁ ହେବାକୁ ଥିବା ଘୋର ଅର୍ଥନୈତିକ ଅସ୍ଥିରତାକୁ ସୂଚାଇଛି। 

ଭାରତୀୟ ଅଧିକାରୀମାନେ ଅପରେସନ୍ ସିନ୍ଦୁରକୁ ଆତଙ୍କବାଦ ବିରୋଧରେ ଏକ ଅଣ-ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଦାବି କରିଛନ୍ତି। ତେବେ, ଏହି ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଜଟିଳ କରିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.