ଭୁବନେଶ୍ୱର,୧୪/୦୧: ପ୍ରମୁଖ ପ୍ରିମିୟମ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏସ୍‌ସିଆଇଏଲ୍) ଭାରତ ବଜାର ପାଇଁ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି । କମ୍ପାନି ୨୦୩୦ ସୁଦ୍ଧା ୧୦ ନୂଆ ମଡେଲ ସହ ବଜାର ଉପସ୍ଥିତିକୁ ଦୃଢ଼ କରିବ । ଏହା ମଧ୍ୟରେ ୭ଟି ଏସ୍ୟୁଭି ଏବଂ ଗୋଟିଏ ଇଭି ସାମିଲ ରହିବ । ଭାରତ ବଜାର ଲାଗି କମ୍ପାନି ଏହାର ପ୍ରଥମ ଇଭି ହୋଣ୍ଡା ୦ ଆଲ୍‌ଫା  ୨୦୨୬-୨୭ ଆର୍ଥିକ ବର୍ଷ ଦ୍ୱିତୀୟ ଭାଗରେ ଲଞ୍ଚ କରିବ ବୋଲି ହୋଣ୍ଡା କାର୍ସର ମାର୍କେଟିଂ ଓ ସେଲ୍ସ ବିଭାଗ ଉପାଧ୍ୟକ୍ଷ କୁନାଲ ବେହେଲ୍ ସୂଚନା ଦେଇଛନ୍ତି ।

ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହୋଣ୍ଡା ଏଲିଭେଟ ଏଡିଭି ସ୍ୱତନ୍ତ୍ର ଏଡିସନକୁ ଶ୍ରୀ ବେହେଲ ବଜାର ପ୍ରବେଶ କରାଇଛନ୍ତି । ଓଡ଼ିଶା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବଜାର । ନୂଆ ଯାନଟି ଗ୍ରାହକଙ୍କ ସହ ଦୃଢ଼ ଭାବେ ପ୍ରତିନିଧିତ୍ୱ କରିବ ବୋଲି ଶ୍ରୀ ବେହେଲ ଉଲ୍ଲେଖ କରିଛନ୍ତି । ନୂଆ ଯାନରେ ଉଭୟ ବାହ୍ୟ ଏବଂ ଅଭ୍ୟନ୍ତର ଇଣ୍ଟେରିୟରରେ ପରିବର୍ତ୍ତନ କରାଯାଇଛି । ଏଲିଭେଟ ଏଡିସନ ଏକ ୧.୫ ଲିଟର ଆଇ-ଭିଟିଇସି ପେଟ୍ରୋଲ ଇଞ୍ଜିନ ଦ୍ୱାରା ପରିଚାଳିତ । ଯାହା ପ୍ୟାଡେଲସିଫ୍ଟ ସହ ଉଭୟ ୬ ସ୍ପିଡ୍ମାନୁଆଲ ଓ ୭ ସ୍ପିଡ୍ ସିଭିଟିଅଟୋମେଟିକ ଟ୍ରାନ୍ସମିଶନ ସହ ଉପଲବ୍ଧ ହେଉଛି । ଏହି ଏସ୍ୟୁଭିରେ ଗ୍ରାହକ ବୃହତ କାର୍ଗୋ ସ୍ପେଶ, ହାଇଗ୍ରାଉଣ୍ଡ୍ କ୍ଲିୟରାନ୍ସ, ଆରାମଦାୟକ, ପ୍ରଶସ୍ତ, ବୋଲ୍ଡ ସ୍ପୋର୍ଟି ଇଣ୍ଟେରିୟର, ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟ ସିଷ୍ଟମ (ଏଡିଏଏସ୍) ହୋଣ୍ଡା ସେନ୍ସିଂ ସହ ସୁସଜ୍ଜିତ ।

ସେହିଭଳି ଏଥିରେ କୋଲାଇଜନ ମିଟିଗେସନ ବ୍ରେକିଂ, ଲେନ୍‌କିପ ଆସିଷ୍ଟ, ରୋଡ୍ ଡିପାରଚର୍ ମିଟିଗେସନ, ଆଡାପ୍ଟିଭ କ୍ରୁଜ କଣ୍ଟ୍ରୋଲ, ଲିଡ୍‌କାର୍ ଡିପାରେଚର ନୋଟିଫିକେସନ ସାମିଲ ରହିଛି । ଏଡିଭି ଏଡିସନ ଷ୍ଟାଣ୍ଡାର୍ଡ ଭାବେ ଏକ ୩ ବର୍ଷର ଅନ୍‌ଲିମିଟେଡ କିମି ୱାରେଣ୍ଟିଂ ସହ ଆସିଛି । ଗ୍ରାହକମାନେ ୭ ବର୍ଷର ବର୍ଦ୍ଧିତ ୱାରେଣ୍ଟି, ୧୦ ବର୍ଷ ଯାଏ ଯେକୌଣସି ସମୟରେ ୱାରେଣ୍ଟି ଏବଂ କ୍ରୟ ତାରିଖରୁ ରୋଡ ସାଇଡ୍ ଆସିଷ୍ଟାନ୍ସ ମିଳିବ । ଯାନଟିର ଏକ୍ସସୋରୁମ ଭୁବନେଶ୍ୱର ବଜାର ଦର ୧୫.୩୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୬.୭୮ ଲକ୍ଷ ଟଙ୍କା ରହିଥିବା ଶ୍ରୀ ବେହେଲ ଉଲ୍ଲେଖ କରିଛନ୍ତି ।