ନୂଆଦିଲ୍ଲୀ,୧୭।୬: ଇରାନ ସଶସ୍ତ୍ର ବାହିନୀର ନବନିଯୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ ଓ ବରିଷ୍ଠ ସେନା କମାଣ୍ଡରଙ୍କୁ ମାରିଥିବାର ଦାବି କଲା ଇସ୍ରାଏଲ। ୫ ଦିନରେ ଦ୍ବିତୀୟ ଥର ଆଇଡିଏଫ୍ ଇରାନର ଓ୍ବାରଟାଇମ୍ ଚିଫ୍ ଅଫ୍ ଷ୍ଟାଫ୍ ଅଲ୍ଲୀ ଶାଦମାନୀଙ୍କୁ ମାରିଥିବା ଦାବି କରିଛି ଇସ୍ରାଏଲ। ଏହି ଆକ୍ରମଣ ସେହି ବଡ଼ ଅପରେସନ୍ ପରେ ହୋଇଛି, ଯେଉଁଥିରେ ଇସ୍ରାଏଲ ‘ଅପରେସନ୍ ରାଇଜିଂ ଲାୟନ’ ଅନୁସାରେ ଇରାନର ମେଜର ଜେନେରାଲ ଗୁଲାମ ଅଲ୍ଲୀ ରଶିଦଙ୍କୁ ମାରିବାର ଦାବି କରିଥିଲା।
ମଙ୍ଗଳବାର ଇସ୍ରାଏଲ ସେନାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଶାଦମାନୀଙ୍କୁ ହତ୍ୟା କରାଯାଇଥିବାର ଦାବି କରିଛି। ଇସ୍ରାଏଲ ‘ଏକ୍ସ’ରେ ଲେଖିଛି, ୫ ଦିନରେ ଦ୍ବିତୀୟ ଥର ଆଇଡିଏଫ୍ ଇରାନର ଶୀର୍ଷ ସେନା କମାଣ୍ଡରକୁ ମାରିଛି।’ ସେ ଇରାନର ସବୁଠାରୁ ବରିଷ୍ଠ ସାମରିକ ଅଧିକାରୀ ଓ ଖାମନେଇଙ୍କ ସବୁଠାରୁ ଘନିଷ୍ଠ ପରାମର୍ଶଦାତା ଅଲ୍ଲୀ ଶଦମାନୀକୁ ଇସ୍ରାଏଲ ବାୟୁସେନା ତେହରାନରେ ପଶି ମାରିଛି।
ରଶିଦଙ୍କ ମୃତ୍ୟୁ ପରେ ଅଲ୍ଲୀ ଶାଦମାନୀଙ୍କୁ ସେନା କମାଣ୍ଡର କରାଯାଇଥିଲା। ତାଙ୍କୁ ‘ଖାତମ ଅଲ୍-ଅମ୍ବିୟା ସେଣ୍ଟ୍ରାଲ ହେଡକ୍ବାଟର’ର ଦାୟିତ୍ବ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ, ଜୁନ୍ ୧୩ରୁ ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ୍ର ନ୍ୟୁକ୍ଲିୟାର ସାଇଟ୍ ଓ ସୈନ୍ୟ ଠିକଣାକୁ ଇସ୍ରାଏଲର ହମଲା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଉତ୍ତେଜନା । ଦୁଇଦେଶ ପରସ୍ପର ଉପରେ ମିସାଇଲ ମାଡ କରୁଛନ୍ତି । ଏହି ଲଢେଇରେ ଇରାନ୍ର ପ୍ରାୟ ୩୦ ସୈନ୍ୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଛି । ୨୩୦ ସାଧାରଣ ଲୋକଙ୍କର ଜୀବନ ଯାଇଛି । ୧୨୦୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଇସ୍ରାଏଲର ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ଆହତ ହୋଇଛନ୍ତି ।