ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଖବର ପ୍ରକାଶନ ପରେ ଶିକୁଳିପଦର ଗାଁରେ ଲାଗିଲା ନୂତନ ଟ୍ରାନ୍ସଫରମର , ୭ ଦିନ ଅନ୍ଧାର ପରେ ଗ୍ରାମବାସୀ ଦେଖିଲେ ବିଦ୍ୟୁତ ଆଲୁଅ

Published By : Prameya | April 20, 2025 6:43 PM

ଫିରିଙ୍ଗିଆ,୨୦/୦୪: ଖବର ପ୍ରସାରଣ ପରେ  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିକୁଳି ପଦର ଗାଁ ରେ ଲଗାଯାଇଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର I ୭ ଦିନ ଅନ୍ଧାର ପରେ ଗ୍ରାମବାସୀ ବିଦ୍ୟୁତ ଆଲୁଅ ଦେଖିଛନ୍ତି।  ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି I 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିକୁଳି ପଦର ଗାଁରେ  ଗତ ୧୩ ତାରିଖରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଟ୍ରାନ୍ସଫର୍ମର ପୋଡି ଯିବାରୁ ସମ୍ପୂର୍ଣ୍ଣ ଗ୍ରାମ ବାସୀ ଅନ୍ଧାରରେ ଥିଲେ I l ସାତ  ଦିନ ହେବ ଗାଁରେ ଥିବା ସତର  ଟି ପରିବାର ଅନ୍ଧାରରେ ରହି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ l ବର୍ତ୍ତମାନ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି  ବଢ଼ୁଥିବାରୁ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ପିଲା ମାନଙ୍କୁ ପାଠ ପଢ଼ାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ ଗ୍ରାମ ବାସୀ l ଟ୍ରାନ୍ସଫରମର ପୋଡିଯିବା ପରେ ଏହି ଶିକୁଳି ପଦର ଗାଁ ଏବଂ ଦଶ ନମ୍ବର ୱାର୍ଡ ର ୱାର୍ଡମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ଗ୍ରାମବାସୀ  ଫୁଲବାଣୀ ଯାଇ ବିଦ୍ୟୁତ ବିଭାଗରେ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ମଧ୍ୟ କରିଥିଲେ I କିନ୍ତୁ କୌଣସି ସମାଧାନ ହୋଇ ପାରିନଥିଲା l ଗାଁରେ ପୋଡିଥିବା ଟ୍ରାନ୍ସଫରମର ତୁରନ୍ତ ମରାମତି କରି ଗାଁକୁ ବିଦ୍ୟୁତ ଯୋଗାଇବାକୁ ଗାଁର ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ପୁଷ୍ପଲତା କହଁର, ଲଳିତା କହଁର, ସୁଷମା କହଁର, ସୁଲୋଚନା କହଁର ଓ ଗ୍ରାମବାସୀ ଦାବୀ କରିଥିଲେ l ତେବେ ଏହି ଖବର ରବିବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ର ଛଅ ଘଣ୍ଟା ନପୂରୁଣୁ ଖୋଦ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁ ତାଙ୍କ ଟିମ ସହ ଉପସ୍ଥିତ ରହି ନୂତନ ଟ୍ରାନ୍ସଫର୍ମର ଲଗାଇଥିଲେ I ଏବେ କରେଣ୍ଟ ଆସିବା ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରୁ ମୁକ୍ତିମିଲିଛି ବୋଲି କହିବା ସହ କାର୍ଯ୍ୟରତ ଯନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିକୁଳିପଦର ଗ୍ରାମବାସୀ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.