ନୂଆଦିଲ୍ଲୀ,୦୭/୦୧: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଘୋଷଣା ହୋଇଛି । ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ମେଗା ଇଭେଣ୍ଟ ପାଇଁ ଯୋଦ୍ଧା ଘୋଷଣା କରିଛି କିୱି ଦଳ । ରିଜର୍ଭ ପ୍ଲେୟାର ସହିତ ୧୬ ଜଣିଆ ସ୍କ୍ୱାଡ ଘୋଷଣା ହୋଇଛି । ଟିମ୍ ଅଧିନାୟକ ମିଚେଲ୍ ସାଣ୍ଟନର ଯିଏକି ଲଗାତାର ଦ୍ୱିତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟର କମାଣ ସମ୍ଭାଳିବେ । ଏହା ପୂର୍ବରୁ ସାଣ୍ଟନର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ନେତୃତ୍ୱ ନେଇଥିଲେ । ଦଳରେ ଦ୍ରୁତ ବୋଲରଙ୍କ ସଂଖ୍ୟା ଅଧିକ ରହିଛି । ରିଜର୍ଭ ପ୍ଲେୟାର ବି ପେସ୍ ବୋଲର । ଜୈକଫ ଡଫିଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ମିଳିଛି ।
ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଜୈକଫ ଡଫି ୨୦୨୫ରେ ଦମଦାର ପ୍ରଦର୍ଶନ କରିଥିଲେ । ଟି-ଟ୍ୱେଣ୍ଟ ବିଶ୍ୱକପ ପାଇଁ ତାଙ୍କୁ ଚୟନ କରାଯାଇଛି । ଦ୍ୱିତୀୟ ନମ୍ବରରେ ବୋଲିଂ କରୁଥିଲା ଡଫି ଗତ କ୍ୟାଲେଣ୍ଡରରେ ସବୁ ଫର୍ମାଟରେ ୮୧ଟି ଇଣ୍ଟରନ୍ୟାସନାଲ ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ସେ ଗୋଟିଏ ବର୍ଷର ସର୍ବାଧିକ ୱିକେଟ ହାସଲକାରୀ ପ୍ଲେୟାର ହୋଇଛନ୍ତି । ସେ ରିଚର୍ଡ ଡେଡଲୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ମିଚେଲ ସାଣ୍ଟନର ଜଣେ ଖେଳାଳି ଭାବେ ତାଙ୍କର ନବମ ସିନିୟର ଆଇସିସି ଗ୍ଲୋବାଲ ଇଭେଣ୍ଟ ଖେଳିବେ ଯିଏକି ଅଧିନାୟକ । ସାଣ୍ଟନରଙ୍କ ସହ ଇସ ସୋଦିଙ୍କୁ ସ୍ପିନର ଦାୟିତ୍ୱ ମିଳିଛି । ଅଲରାଉଣ୍ଡର ମାଇକେଲ ବ୍ରେବବେଲ, ଗ୍ଲେନ ଫିଲିପ୍ସ ଏବଂ ରାଚିନ୍ ଦଳରେ ଡେପ୍ଥ ଆଣିଥାନ୍ତି । ଜୈକବ ଡଫି ପେସ୍ ବିଭାଗ, ଫର୍ଗୁସନ, ଟିମ୍ ହେନେରୀ ଏବଂ ଆଡେନ୍ ମିଲେନଙ୍କ ସହିତ ସାମିଲ । ପେସ୍ ବୋଲିଂ ଅଲରାଉଣ୍ଡର ଜିମି ନୀଶମ ବି ଦଳରେ ଅଛନ୍ତି । କାଇନ୍ ଜେମିସନ୍ ରିଜର୍ଭ ପ୍ଲେୟାର ଅଛନ୍ତି ।
୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଗ୍ରୁପ ଡିରେ ରହିଛି । ତା ସହିତ ଆଫଗାନିସ୍ଥଆନ, କାନାଡ଼ା, ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ଟିମ୍ ରହିଛନ୍ତି । ନ୍ୟୁଜିଲାଣ୍ଡ ଫେବୃଆରୀ ୮ରେ ଚେନ୍ନାଇରେ ଆଫଗାନିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚେନ୍ନାଇ ପିଚ୍ ସ୍ପିନ୍ ପାଇଁ ଅନୁକୂଳ । ଫଳରେ ଆଫଗାନିସ୍ତାନ କିୱିମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ।
Ready for India and Sri Lanka 🫡
— BLACKCAPS (@BLACKCAPS) January 6, 2026
Your BLACKCAPS squad for next month's ICC Men's T20 World Cup 🏆 #T20WorldCup pic.twitter.com/RQGQfDHh7X
ନ୍ୟୁଜିଲାଣ୍ଡ ବିଶ୍ୱକପ ଟିମ୍- ମିଚେଲ୍ ସାଣ୍ଟନର (ଅଧିନାୟକ), ଫିନ୍ ଏଲନ, ମାଇକେଲ୍ ବ୍ରେସବେଲ୍, ମାର୍କ ଚେପମେନ୍, ଡେଭନ କନୱେ, ଜୈକବ ଡଫି, ଲକି ଫର୍ଗୁସନ୍, ମ୍ୟାଟ୍ ହେନେରୀ, ଡାରିଲ ମିଚେଲ, ଆଡାନ ମିଲେନ, ଜେମ୍ସ ନୀଶାମ୍, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବିନ୍ଦ୍ର, ଟିମ୍ ସେଫର୍ଟ ଏବଂ ଇସ୍ ସୋଧ୍ । ରିଜର୍ଭ ପ୍ଲେୟାର- କାଇଲ୍ ଜାମିସନ୍