ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନୀତି ଆୟୋଗ ରିପୋର୍ଟ: ବିତ୍ତୀୟ ସ୍ବାସ୍ଥ୍ୟରେ ଓଡିଶା ଶୀର୍ଷରେ, ପଛରେ ପଡିଲେ ଛତିଶଗଡ଼, ଗୋଆ

Published By : Prameya | January 25, 2025 8:53 AM

ଭୁବନେଶ୍ୱର,୨୫/୦୧: ବିତ୍ତୀୟ  ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଶୁକ୍ରବାର ଏକଥା ସ୍ପଷ୍ଟ କରିଛି ।  

ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର  ବିତ୍ତୀୟ ସ୍ୱାସ୍ଥ୍ୟ ଏକ ନମ୍ବର । ସାମଗ୍ରିକ ୬୭.୮  ସ୍କୋର ସହ ଓଡ଼ିଶା ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଛତିଶଗଡ଼, ଓଡ଼ିଶାଠୁ ୧୨ ପଏଣ୍ଟ ପଛରେ (୫୫.୨) । ଗୋଆ  ୫୩.୬ ସ୍କୋର୍‌ ରଖି ତୃତୀୟ ସ୍ଥାନରେ ଏବଂ  ଝାଡ଼ଖଣ୍ଡ ଚୁତର୍ଥ ସ୍ଥାନ ପାଇଛି । 

୨୦୨୨-୨୩ ଆର୍ଥିକ ବର୍ଷର ବିତ୍ତୀୟ ସ୍ଥିତିକୁ ନେଇ ଏହି ଅନୁଶୀଳନ କରାଯାଇଛି । ୨୦୧୪-୧୫ରୁ ୨୦୨୧-୨୨ ଯାଏ କ୍ରମାଗତ ଭାବେ ଓଡ଼ିଶା ଦେଶର ନମ୍ବର ୧ ରାଜ୍ୟ ଥିଲା  ବୋଲି ରିପୋର୍ଟରେ କୁହାଯାଇଛି । ସବୁଠାରୁ ତଳେ ରହିଛି ପଞ୍ଜାବ, ଆନ୍ଧ୍ରପ୍ରଦେଶ  ଓ ପଶ୍ଚିମବଙ୍ଗ । ବିକାଶ ମାନଚିତ୍ରରେ ଓଡ଼ିଶାଠୁ ବହୁ ଆଗରେ ଥିବା ତାମିଲନାଡ଼ୁ, କର୍ଣାଟକ ଓ  ହରିଆଣା ଓଡ଼ିଶା ଠାରୁ ଢେର ପଛରେ । 

ରିପୋର୍ଟ ମୁତାବକ, ଓଡ଼ିଶା ଋଣ  ସୂଚକାଙ୍କରେ ୯୯.୦ ଏବଂ ନିୟମିତ ଋଣ ପଇଠ  ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪.୦ ସହ ଶୀର୍ଷରେ ରହିଛି । ଖର୍ଚ୍ଚର ଗୁଣବତ୍ତା ଏବଂ ରାଜସ୍ୱ  ତୁଳନାରେ ପୂର୍ବ ୨ଟି କ୍ଷେତ୍ରରେ ରାଜ୍ୟ ବେଶ  ଉନ୍ନତ ସ୍ଥାନରେ ରହିଛି । ରାଜ୍ୟ ଏହାର ବିତ୍ତୀୟ  ନିଅଣ୍ଟକୁ ନିମ୍ନରେ ରଖିବାକୁ ସକ୍ଷମ ହୋଇଛି  ବୋଲି ରିପୋର୍ଟରେ କୁହାଯାଇଛି ।  

ବଜେଟ ଅର୍ଥ ଖର୍ଚ୍ଚ ମାନ (ଏକ୍ସପେଣ୍ଡିଚର୍‌  କ୍ୱାଲିଟି)ରେ ଓଡ଼ିଶା ୫୨ ସ୍କୋର ପାଇ ୪ଟି ଶ୍ରେଷ୍ଠ  ରାଜ୍ୟରେ ରହିଛି । ରାଜସ୍ୱ ସଂଗ୍ରହରେ ୬୯.୯, ବିତ୍ତୀୟ  ମିତବ୍ୟୟତା କ୍ଷେତ୍ରରେ ୫୪.୪% ସ୍କୋର ପାଇଛି ।  

ନୀତି ଆୟୋଗ ଦର୍ଶାଇଛି, ୨୦୧୮-୧୯ରୁ  ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ଖର୍ଚ୍ଚ  ୫୩.୫ ପ୍ରତିଶତ ବୃଦ୍ଧି ପାଇଛି । ବିକାଶର ଇଂଜିନ  କୁହାଯାଉଥିବା ପୁଞ୍ଜି ଖର୍ଚ୍ଚ ବଢ଼ିଛି ୪୨ ପ୍ରତିଶତ  ୪ ବର୍ଷରେ । ଅର୍ଥାତ୍‌ ବର୍ଷକୁ ହାରାହାରି ୯.୨%  ହାରରେ ବଢ଼ିଛି ପୁଞ୍ଜି ଖର୍ଚ୍ଚ । 

ରାଜସ୍ୱ ସଂଗ୍ରହ ବୃଦ୍ଧି ହାର ବି ଉଲ୍ଲେଖନୀୟ  ବୋଲି ଦର୍ଶାଇ କୁହାଯାଇଛି, ୨୦୧୮-୧୯ରୁ ୨୦୨୨- ୨୩ ମଧ୍ୟରେ ଖଣି ରାଜସ୍ୱ ବୃଦ୍ଧି ଚମକପ୍ରଦ । ୪  ବର୍ଷ ତଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦର  ୨.୯% ଥିଲା ଏ ଆୟ । ଏହା ୫.୬%କୁ ବୃଦ୍ଧି ପାଇଛି ।ପଶ୍ଚିମବଙ୍ଗ ଏବଂ ପଞ୍ଜାବ ଭଳି ରାଜ୍ୟଗୁଡିକର  ଋଣ ଭାର ବଢ଼ିଚାଲିଛି । ଜିଡିପି ତୁଳନାରେ ରଣ ହାର ଅଧିକ ଥିବାରୁ  ରାଜ୍ୟଗୁଡିକର ଆର୍ôଥକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ  କରାଯାଇଛି । ୨୦୨୨-୨୩ରେ ପଶ୍ଚିମବଙ୍ଗ ସଂଗ୍ରହ  କରୁଥିବା ଏହାର ମୋଟ ରାଜସ୍ୱ ମଧ୍ୟରୁ ୨୦.୪୭%  ଅଂଶ ଋଣ ସୁଝିବାରେ ବ୍ୟବହାର କରିଛି । ଉଭୟ  ରାଜସ୍ୱ ଆଦାୟ ଏବଂ ସୁଚିନ୍ତିତ ଖର୍ଚ୍ଚ ନେଇ ଏହି  ରାଜ୍ୟକୁ ପରାମର୍ଶ ଦେଇଛି ନୀତି ଆୟୋଗ ।

ସେହିଭଳି ରାଜସ୍ୱ ସଂଗ୍ରହରେ ଉନ୍ନତି ଏବଂ ବିକାଶ  ମୂଳକ କାର୍ଯ୍ୟରେ ଏହାର ବିନିଯୋଗ ନେଇ କେରଳକୁ  ପରାମର୍ଶ ଦେଇଛି ନୀତି ଆୟୋଗ ।  ରାଜ୍ୟଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟରେ ଉନ୍ନତି ସହ  ନୀତିଗତ ସଂସ୍କାର ଏବଂ ଆର୍ôଥକ ଅଭିବୃଦ୍ଧି ଭଳି  ଦିଗଗୁଡିକ ଉପରେ ଏହି ରିପୋର୍ଟରେ ଫୋକସ  କରାଯାଇଛି । ଦୃଢ଼ ବିତ୍ତୀୟ ସ୍ଥିତି, ରାଜସ୍ୱ ଆଦାୟରେ  ଦକ୍ଷତା, ସୁଚିନ୍ତିତ ପୁଞ୍ଜି ଖର୍ଚ୍ଚ ଏବଂ ଋଣ ପଇଠ  ଭଳି ଦିଗକୁ ନେଇ ରାଜ୍ୟଗୁଡିକୁ ମାନ୍ୟତା ପ୍ରଦାନ  କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.