ଭୁବନେଶ୍ବର,୧୯/୦୯: ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ । ଏନେଇ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି । ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ,ଗୁରୁଣ୍ଡିଆରେ ୨ଟି ଲେଖାଏଁ ମାମଲା ରହିଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟାଏ ଲେଖାଏଁ ମାମଲା ରହିଛି । ଗଞ୍ଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖାଏଁ ମାମଲା ରହିଛି ।