ପ୍ରମୂଖ ଖବର
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫାଶୀ ଦଣ୍ଡରୁ ନିମିଷାଙ୍କୁ ବଞ୍ଚାଇବାର ଶେଷ ଆଶା ବିଫଳ ! କେନ୍ଦ୍ର ସରକାର କହିଲେ- ଆମେ ଅଧିକ କିଛି କରିପାରିବୁନି, କେବଳ ରହିଛି ଏକମାତ୍ର ବିକଳ୍ପ

Published By : Harapriya Biswal | July 14, 2025 1:29 PM

ନୂଆଦିଲ୍ଲୀ.୧୪।୭:  ନିମିଷା ପ୍ରିୟାଙ୍କୁ ୟେମେନରୁ ବଞ୍ଚାଇବାର ଆଉ ଏକ ଆଶା ଶେଷ ହୋଇଛି। ନିମିଷାଙ୍କ ମାମଲାରେ ଆମେ ଅଧିକ କିଛି କରିପାରୁବନି ବୋଲି ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର। ନିମିଷାଙ୍କୁ ୟେମେନ୍‌ରେ ୧୬ ଜୁଲାଇରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ। ସେ ତାଲାଲ ଅବଦୋ ମହଦି ନାମକ ଜଣେ ୟେମେନର ନାଗରିକଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ୟେମେନ୍‌ରେ ଫାଶୀଦଣ୍ଡରେ ଦଣ୍ଡିତ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କୁ ଲାଗିଛି ଝଟକା।  ଫାଶୀରୁ ବଞ୍ଚିବାର ଶେଷ ଆଶା ବି ମଉଳି ଯାଇଛି। ଆଜି ସୁପ୍ରିମକୋର୍ଟଙ୍କ ନିକଟରେ କେନ୍ଦ୍ର ସରକାର କହିଛନ୍ତି, ଏହା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ। କିନ୍ତୁ ଆମେ ଏହି ମାମଲାରେ ଅଧିକ କିଛି କରିପାରିବୁନି। ଆମର ମଧ୍ୟ ଏକ ସୀମା ରହିଛି, ଯେଉଁ ପର୍ଯ୍ୟନ୍ତ  ଆମେ ଯାଇପାରିବୁ। ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଏବଂ ଅନୌପଚାରିକ ଭାବରେ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି, କିନ୍ତୁ ୟେମେନ ସରକାର କୌଣସି ଠୋସ୍ ପ୍ରତିଶ୍ରୁତି ଦେଇନାହାଁନ୍ତି। ଏବେ କେବଳ ଗୋଟିଏ ରାସ୍ତା ଅଛି। ତାହା ହେଲା ‌ମୃତ ୟେମେନ୍ ନାଗରିକଙ୍କ ପରିବାର ବ୍ଲଡମନିକୁ ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏହି ବ୍ୟବସ୍ଥା ଅନୁସାରେ, ପୀଡିତ ପରିବାରକୁ କିଛି ଧନରାଶି ଦିଆଯାଇଥାଏ। ତେବେ ଏହି ଟଙ୍କା କେତେ ରହିବ, ତାହା ଦୁଇ ପକ୍ଷ ମିଶିକି ଧାର୍ଯ୍ୟ କରନ୍ତି। ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣ କୋର୍ଟଙ୍କୁ କହିଛନ୍ତି, ଭାରତ ଏହି ମାମଲାରେ ସେତିକି ଆଗକୁ ଯାଇଛି ଯେତିକି ସରକାରଙ୍କ ସୀମା ରହିଛି। ସରକାର ତା ଠାରୁ ଅଧିକ କିଛି କରିପାରିବେନି।  ବ୍ଲଡ ମନି ଏକ ବ୍ୟକ୍ତିଗତ ବୁଝାମଣା ଏହା କୁଟନୈତିକ ଭାବରେ ମାନ୍ୟ ନୁହେଁ। ।ଆଟର୍ଣ୍ଣି ଜେନେରାଲଙ୍କ କଥା ଶୁଣିବା ପରେ,କୋର୍ଟ ଶୁଣାଣିକୁ ଆସନ୍ତା ଶୁକ୍ରବାର ବା ୧୮ ଜୁଲାଇ  ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କୋର୍ଟ ସରକାର ଏବଂ ଆବେଦନକାରୀଙ୍କୁ ପରବର୍ତ୍ତୀ ତାରିଖରେ ସ୍ଥିତି ବିଷୟରେ ଜଣାଇବାକୁ କହିଛନ୍ତି।

ଉଲ୍ଲେଖନୀୟ ଯେ, କେରଳର ପଲକ୍କଡ ଜିଲାର ନିମିଷା ପ୍ରିୟାଙ୍କୁ ୟେମେନ ନାଗରିକ ତାଲାଲ ଅବଦୋ ମହଦି ହତ୍ୟା ମାମଲାରେ ୨୦୧୭ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।  ନିମିଷା ୨୦୧୨ରେ ନର୍ସ ଭାବରେ ୟେମେନ ଯାଇଥିଲେ। ୨୦୧୫ରେ, ସେ ଏବଂ ତଲାଲ ଏକାଠି ସେଠାରେ ଏକ କ୍ଲିନିକ ଆରମ୍ଭ କରିଥିଲେ। ତାଲାଲ ଆୟର ଅର୍ଦ୍ଧେକ ଅର୍ଥ ହଡପ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ନାମକୁ କ୍ଲିନିକରେ ଅଂଶୀଦାର ଭାବରେ ଅନ୍ତର୍ଭୁକ୍ତ କରି ନିଜକୁ ନିମିଷାଙ୍କ ସ୍ବାମୀ ଭାବରେ ଉପସ୍ଥାପନ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ  ବିବାଦ ଆରମ୍ଭ ହୋଇଥିଲା। ତାଲାଲ ତାଙ୍କୁ ମାଡ ମାରିବା ସହ ଯୌନ ନିର୍ଯ୍ୟାତନା ଦେଉଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.