ସିଇଇଡବ୍ଲୁର ଏକ ଅଧ୍ୟୟନ ଅନୁସାରେ ଭାରତୀୟଙ୍କୁ ପ୍ରୋଟିନ୍ର ପ୍ରାୟ ଅଧା ଅଂଶ କେବଳ ଚାଉଳ ବା ଗହମରୁ ହିଁ ମିଳିଥାଏ । ଭାରତୀୟମାନେ ଭାତ ଓ ଗହମ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ସେମାନଙ୍କ ଶରୀରରେ ପ୍ରୋଟିନର ମାତ୍ରା କମିଚାଲିଛି । ଏପରିକି ସେମାନେ ସବୁଜ ପନିପରିବା ମଧ୍ୟ କମ୍ ଖାଇଥାନ୍ତି । ଭାରତୀୟଙ୍କ ଖାଦ୍ୟରେ ପ୍ରୋଟିନ୍ର ମାତ୍ରାର ପ୍ରାୟତଃ ଅଧା ଭାତ, ଗହମ ଓ ମଇଦା ପରି ଶସ୍ୟରୁ ମିଳିଥାଏ । ଏହି ତଥ୍ୟ କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ର୍ଭାରମେଣ୍ଟ ଆଣ୍ଡ୍ ୱାଟର୍ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ମିଳିଛି ।

ଶସ୍ୟ ଉପରେ ବଢୁଛି ନିର୍ଭରତା

ଗବେଷଣାରୁ ମିଳିଛି ଯେ ପ୍ରୋଟିନ୍ର ପ୍ରାୟ ୫୦ ପ୍ରତିଶତ ଭାଗ କେବଳ ଶସ୍ୟରୁ ମିଳୁଛି । ଯେଉଁଥିରେ କମ୍ ଗୁଣବତ୍ତା ଆମିନୋ ଏସିଡ୍ ରହିଥାଏ, ଯାହା ସହଜରେ ହଜମ ହୋଇ ନଥାଏ । ଶସ୍ୟରେ ଥିବା ପ୍ରୋଟିନ୍ର ଏହି ମାତ୍ରାକୁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ପକ୍ଷରୁ ୩୨ ପ୍ରତିଶତ ରହିଥିବା କୁହାଯାଇଛି । ଡାଲି, ଦୁଗ୍ଧ ଉତ୍ପାଦ ଏବଂ ଅଣ୍ଡା/ମାଛ/ମାଂସ ପରି ଉଚ୍ଚ ଗୁଣାବତ୍ତା ଯୁକ୍ତ ପ୍ରୋଟିନ୍ର ସ୍ରୋତ କ୍ରମଶଃ ଖାଦ୍ୟରୁ ବାହାରକୁ ଯିବାରେ ଲାଗିଛି । ସିଇଇଡବ୍ଲୁ ଗବେଷଣାରୁ ଜଣାପଡିଛି ଭୋଜନରେ ପରିବା, ଫଳ ଓ ଡାଲି ଆଦି ଖାଦ୍ୟ ସମୂହରେ କମ୍ ରହୁଥିବା ବେଳେ ଖାଦ୍ୟରେ ତେଲ, ଚିନି ଓ ଲୁଣ ଅଧିକ ରହୁଛି ।

ଧନୀଙ୍କ ଥାଳିରେ ଗରୀବଙ୍କଠାରୁ ୧.୫ ଗୁଣା ଅଧିକ ପ୍ରୋଟିନ୍

ସିଇଇଡବ୍ଲୁର ବିଶ୍ଲେଷଣରୁ ଜଣାପଡିଛି ଯେ ଭାରତର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକ ସବୁଠାରୁ ଗରୀବ ଲୋକଙ୍କ ତୁଳନାରେ ୧.୫ ପ୍ରତିଶତ ଅଧିକ ପ୍ରୋଟିନ୍ ଖାଇଥାନ୍ତି । ଏପରିକି ପଶୁଜାତୀୟ ପ୍ରୋଟିନ୍ ବ୍ୟବହାରରେ ମଧ୍ୟ ସେମାନେ ଆଗୁଆ । ଏବେବି ଭାରତୀୟମାନେ ଖାଦ୍ୟରେ ଶସ୍ୟ ଓ ଖାଇବା ତେଲ ଆଡକୁ ଅଧିକ ଢଳି ରହିଥାନ୍ତି । ପୋଷଣରେ ଅସନ୍ତୁଳନ କ୍ଷେତ୍ରରେ ଉଭୟ ପ୍ରମୁଖ ଭୂମିକା ତୁଲାଇଥାନ୍ତି । ପ୍ରାୟ ତିନି ଚତୁର୍ଥାଂଶ କାର୍ବୋହାଇଡ୍ରେଟ୍ ଶସ୍ୟରୁ ମିଳିଥାଏ । ଅତୀତରେ ପ୍ରାୟ ଲୋକ ମାତ୍ରାଧିକ ଘରୋଇ ଖାଦ୍ୟଶସ୍ୟ ବ୍ୟବହାର କରୁଥିଲେ । ଗତ ଏକ ଦଶକ ଭିତରେ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଘରୋଇ ଖାଦ୍ୟଶସ୍ୟର ବ୍ୟବହାରକୁ ୪୦ ପ୍ରତିଶତ ଯାଏ କମ୍ କରିସାରିଛନ୍ତି ।

ମୋଟା ଶସ୍ୟର ସ୍ଥାନ ନେଉଛି ମଇଦା ଓ ତେଲ

ଗତ ଏକ ଦଶକ ଭିତରେ ୧.୫ ଗୁଣା ଅଧିକ ଫ୍ୟାଟ୍ ବା ଚର୍ବିର ସେବନ କରୁଥିବା ପରିବାରଙ୍କ ସଂଖ୍ୟା ଅନୁପାତ ୨ଗୁଣା ବଢିଛି । ସିଇଇଡବ୍ଲୁର ଗବେଷକ ବିଶ୍ଲେଷକ ସୁହାନୀ ଗୁପ୍ତାଙ୍କ ଅନୁସାରେ ମୋଟା ଶସ୍ୟ ଓ ଡାଲି ଭଲ ପୋଷଣା ଦେବା ସହ ପରିବେଶକୁ ମଧ୍ୟ ଫାଇଦା ଦେଇଥାଏ । ତଥାପି ପ୍ରମୁଖ ଖାଦ୍ୟ ମଧ୍ୟରୁ ଅନେକଙ୍କୁ କମ୍ କରାଯାଇ ଚାଉଳ ଓ ଗହମକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।