ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବାହୁଡ଼ାରେ ପରଦାକୁ ଆସିବ "ଆଇ ଆମ୍‌ କାଳିଆ’, ବିଦେଶିନୀ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ଚତୁର୍ଥ ଓଡ଼ିଆ ସିନେମା

Published By : Prameya | June 5, 2025 2:46 PM

ଭୁବନେଶ୍ୱର,୦୫/୦୬: ଲି ବ୍ଲିସ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ  ଚଳଚ୍ଚିତ୍ର "ଆଇ ଆମ୍‌ କାଳିଆ- ଲଭ୍‌ ଅର୍‌ ଡିଭୋସନ୍‌?’ର ଫାଷ୍ଟ୍‌ ଲୁକ୍‌ ବୁଧବାର  ସନ୍ଧ୍ୟାରେ ଉନ୍ମୋଚନ ହୋଇଛି । ଚଳଚ୍ଚିତ୍ରର  ପୂରା ଟିମ୍‌ ଏବଂ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେଇ  ଏହାକୁ ଉନ୍ମୋଚନ କରିଥିଲେ । ଆଜିକା ସମୟରେ  ମହାପ୍ରଭୁଙ୍କୁ ଖୁବ୍‌ ଭକ୍ତି କରୁଥିବା, ତାଙ୍କ ପାଇଁ  ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିବା ଅନେକ  ବ୍ୟକ୍ତି ଆମ ସମାଜରେ ଅଛନ୍ତି,  ଯେଉଁମାନେ ଲୋକଲାଚନକୁ  ଆସିପାରନ୍ତି ନାହିଁ । ସେମିତି ଏକ  ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ  ନେଇ ନିର୍ମାଣ ହୋଇଛି ‘ଆଇ ଆମ୍‌ କାଳିଆ’ ।  

ସୁବାସ ସାହୁ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ମୁଖ୍ୟ  ଭୂମିକାରେ ହରିହର ମହାପାତ୍ର ଅଭିନୟ କରିଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଋଷିଆର ପରିଚିତ ଥିଏଟର  ଅଭିନେତ୍ରୀ ଅନିୟା, ଅଭିନେତ୍ରୀ ପୁଷ୍ପା ପଣ୍ଡା,  ଅଭିନେତା କୁନା ତ୍ରିପାଠୀ, ସାତ୍ୟକି ମିଶ୍ର ପ୍ରମୁଖ  ଅଭିନୟ କରିଛନ୍ତି । କାହାଣୀ ଡା. ମୋନାଲିସା  ମହାପାତ୍ର ରଚନା କରିଥିଲା ବେଳେ ଚିତ୍ରନାଟ୍ୟ ଓ  ନିର୍ଦ୍ଦେଶନା ଦେଇଛନ୍ତି ନିଜେ ହରିହର ମହାପାତ୍ର ।  ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ, ସହ ନିର୍ଦ୍ଦେଶନା ଆଶିଷ ବେହେରା, ଚିତ୍ର ଉତ୍ତୋଳନ  କରିଛନ୍ତି କାହ୍ନୁ ନନ୍ଦ ଶୁଭମ୍‌ । ପ୍ରଡକ୍ସନ୍‌ ଡିଜାଇନ୍‌ ସାରଦା ନାୟକ କରିଥିବା ବେଳେ ପ୍ରଚାର ଦାୟିତ୍ୱରେ  ରହିଛନ୍ତି ପ୍ରଣୟ ଜେଠୀ ଏବଂ ଉପଦେଷ୍ଟା ଅଛନ୍ତି  ଅମୀୟ ମହାରଣା । ଶ୍ରୀକ୍ଷେତ୍ର ପୁରୀରେ ଚଳଚ୍ଚିତ୍ରର  ସମ୍ପୂର୍ଣ୍ଣ ସୁଟିଂ ହୋଇଛି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଜଣେ ବିଦେଶୀ ଅଭିନେତ୍ରୀଙ୍କୁ ନେଇ  ନିର୍ମିତ ଏହା ଚତୁର୍ଥ ଓଡ଼ିଆ ସିନେମା । ବଡ଼କଥା ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ  ଚଳଚ୍ଚିତ୍ରଟି ସାରା ଓଡ଼ିଶାରେ ମୁକ୍ତିଲାଭ କରିବ  ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜି ଫାଷ୍ଟ୍‌  ଲୁକ୍‌ ଉନ୍ମୋଚନ ପର୍ବରେ ଘୋଷଣା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.