ଭୁବନେଶ୍ବର, ୦୪|୧୨: ବିଧାନସଭାର ଶୀତ ଅଧିବେଶନର ଅଷ୍ଟନ ଦିନ । ଗୁରୁବାର ଗୃହରେ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜି । କଂଗ୍ରେସ ବିଧାୟକଙ୍କ ହଙ୍ଗାମାରେ ଅଧା ଘଣ୍ଟା ବି ଚାଲିପାରିଲାନି ବିଧାନସଭା । ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।

ସୂଚନା ଅନୁଯାୟୀ, ବେସରକାରୀ କାର୍ଯ୍ୟ ଦିବସରେ ଆଲୋଚନା ପାଇଁ ସୁଯୋଗ ନ ଦିଆଯିବାରୁ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ତଳେ ସମସ୍ତେ ଏକାଠି ହୋଇ ନାରାବାଜି କରିଥିଲେ । ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ । ଯାହା ଫଳରେ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୧ଟା ଯାଏଁ ମୁଲତବୀ କରିଛନ୍ତି ।