ଭୁବନେଶ୍ୱର,୧୦/୧୧: ଚଳିତ ଆଇଏସ୍ଏଲ୍ରେ ରବିବାର ଘରୋଇ ଓଡ଼ିଶା ଏଫ୍ସି ଓ ମୋହନ ବାଗାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ । ଘରୋଇ ଗ୍ରାଉଣ୍ଡ୍ରେ ଓଡ଼ିଶା ବିଜୟକୁ ଫେରିବା ନେଇ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ମୋହନ ବାଗାନ ସିଜନରେ ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି । ଓଡ଼ିଶା ଏଫସି ପୂର୍ବ ମ୍ୟାଚ୍ରେ ଘରୋଇ ନର୍ଥଇଷ୍ଟ ୟୁନାଇଟେଡ୍ ନିକଟରୁ ୩-୨ ଗୋଲ୍ରେ ପରାଜିତ ହୋଇଥିଲା । ଏହାପରେ ଦଳ ଦୁର୍ବଳ ଦିଗ ଉପରେ ଅଧିକ ଗୁରୁତ୍ୱ ଦେଇଛି ।
ରବିବାର କଳିଙ୍ଗରେ ପୂର୍ଣ୍ଣ ୩ପଏଣ୍ଟ ହାତେଇ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ । ଅନ୍ୟ ପଟରେ ମୋହନ ବାଗାନ ୬ଟି ମ୍ୟାଚ୍ରୁ ୪ବିଜୟ, ୧ଡ୍ର’, ୧ପରାଜୟ ସହ ମୋଟ ୧୩ ପଏଣ୍ଟ ପାଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଦଳ କ୍ରମାଗତ ୩ଟି ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି ।