ଭୁବନେଶ୍ୱର,୧୨/୦୬: ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରଣ ହେବ । ଏହି ଅବସରରେ ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ ।ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହିବା ସହିତ ଆଗାମୀ ଦିନରେ ନୂଆ ଯୋଜନା ବାବଦରେ ସୂଚନା ଦେବେ । ଏ ସରକାର କିଭଳି ‘ବିକାଶର ଧାରା, ଓଡ଼ିଶା ସାରା’ର ନାରା ଦେଇ ଆଗେଇବ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିବେ । ବିକଶିତ ଓଡ଼ିଶାର ଲକ୍ଷ୍ୟ ପଥରେ ସରକାର ଆଗେଇବା ସହିତ ଜନକଲ୍ୟାଣ ପାଇଁ ସରକାର ସମପି ର୍ତ ରହିବେ । କେମିତି କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସେ ନେଇ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।
ମୋର ପ୍ରିୟ ଓଡ଼ିଶାବାସୀ,
— Mohan Charan Majhi (@MohanMOdisha) June 12, 2026
୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନରେ… pic.twitter.com/DULo8GZ4lu
ସେହିପରି ଅପରାହ୍ନ ୪ଟାରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ବିଶେଷ କରି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଓ ‘ସୁଭଦ୍ରା ଶକ୍ତି ସଂବାଦ’ର ଶୁଭାରମ୍ଭ କରିବେ । ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର୍ ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିବେ । ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ କରିବା ସହିତ ଜୟଦେବ ବିହାର ଓ ନନ୍ଦନକାନନ ନୂଆ ରାସ୍ତାର କାର୍ଯ୍ୟାରମ୍ଭର ଶିଳାନ୍ୟାସ କରିବେ । ଏହା ସହିତ ୟୁନିଟ୍ -୨ରେ ୫୭୪ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ‘ଜନାଶ୍ରୟ ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ :- Weather Forecast ଏଥର ସୁପର ଏଲ୍-ନିନୋ: ୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ତାତି କମିବନି