ଭୁବନେଶ୍ୱର ୧୩/୧୨: ୨୦୩୦ ସୁଦ୍ଧା ଓଡ଼ିଶାରେ ସ୍ଥାପନ ହେବ ୫୮ଟି କୋଲ୍ଡ ଷ୍ଟୋରେଜ୍ ୟୁନିଟ୍। ଖର୍ଚ୍ଚ ହେବ ୨୫୦ କୋଟି ଟଙ୍କା। ରାଜ୍ୟରେ କୋଲଡ଼ ଷ୍ଟୋରେଜର ସଂଖ୍ୟା ବୃଦ୍ଧି ପାଇବ। ନୂଆ ଚାକିରିର ସୁଯୋଗ ସୃଷ୍ଟି ସହାୟକ ହେବ । ଫଳରେ ସଫଳ ଯୁବ ଉଦ୍ୟାଗୀ ଲାଭବାନ ହେବ। ଭୁବନେଶ୍ୱରରେ ଆୟୋଜିତ କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ।