ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଓଡିଶା ପୁଲିସ ସଂଘ ନିର୍ବାଚନ; ସଭାପତି ଭାବେ ଅସିତଙ୍କ ଏକପାଖିଆ ବିଜୟ

Published By : Gurupada Nath | June 18, 2025 4:19 PM

କଟକ,୧୮/୬ : ଓଡ଼ିଶା ପୁଲିସ ସଙ୍ଘ ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଭାପତି ଭାବେ ଅସିତ ଏକପାଖିଆ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଇନ୍ସପେକ୍ଟର ପ୍ରେମ କୁମାର ଜେନାଙ୍କୁ ୩ହଜାର ୨୫୦ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।  

ଅସିତ ୪ହଜାର ୧୧୮ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରେମ କୁମାର ୮୬୮ଖଣ୍ଡ ଭୋଟ ଓ ଅନ୍ୟତମ ପ୍ରାର୍ଥୀ ଜିତେନ୍ଦ୍ର ସିଂ ୬୭୧ ଭୋଟ ପାଇଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶା ପୁଲିସ ସଙ୍ଘ ସଭାପତି ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ ଏଏସଆଇ, ଏସଆଇ ଓ ଇନ୍ସପେକ୍ଟରମାନେ ଭୋଟ ଦେଇଥିଲେ। ଗତ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ରାଜ୍ୟରେ ସମୁଦାୟ 5ହଜାର ୬୬୭ ଭୋଟ ଦାନ କରିଥିଲେ। ଏଥିରୁ ୧୦ଜଣଙ୍କ ଭୋଟ ନାକଚ ହୋଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.